ପ୍ରାଣୀ ଚିକିତ୍ସକ ଆସୁନଥିବାରୁ ପ୍ରାଣୀ ସହାୟକ କେନ୍ଦ୍ରରେ ତାଲା ପକାଇଲେ ଗୋପାଳକ

0 188

ବୌଦ୍ଧ/ଜହ୍ନ ।ପଙ୍କ,୨୮/୬: ରାଜ୍ୟ ସରକାର ପ୍ରାଣୀ ସଂପଦର ବିକାଶ ପାଇଁ ଗୋପାଳକ ମାନଙ୍କୁ ରିହାତିରେ ଦାନା, ଔଷଧ ଓ ଗୁହାଳ ଯୋଗାଇ ଦେଉଛନ୍ତି । ପ୍ର ।ଣୀ ମାନଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ପ୍ରାଣୀ ସହାୟକ କେନ୍ଦ୍ର ଖୋଲି ପ୍ରାଣୀନିରୀକ୍ଷକ ନିଯୁକ୍ତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ପ୍ରାଣୀ ଚିକିତ୍ସ । ପାଇଁ ୧୯୭୦ ମସିହାରେ ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନ ।ପଙ୍କ ପ୍ରାଣୀ ଚିକିତ୍ସାକେନ୍ଦ୍ର ସ୍ଥାପନ କରାଯାଇଥିଲା । ଏହି କେନ୍ଦ୍ର ଉପରେ ମୁଣ୍ଡାପଡା, ପଦ୍ମନପୁର, ଖୁଂଟବନ୍ଧ, ତେଲିବନ୍ଧ, ଲକ୍ଷ୍ମୀପ୍ରସାଦ ଆଦି ପଂଚାୟତର ପ୍ରାୟ ୪୦ ଟି ଗ୍ରାମର ଲୋକମାନେ ନିଜର ପ୍ରାଣୀମାନଙ୍କୁ ଚିକିତ୍ସା କରିବା ସହିତ ବିଭିନ୍ନ ସୁବିଧା ସୁଯୋଗ ପାଉଥିଲେ । କିନ୍ତୁ ବର୍ତ୍ତମାନ ଦୀର୍ଘ ମାସେରୁ ଉର୍ଦ୍ଧ୍ୱ ହେଲା ପ୍ରାଣୀ ଚିକିତ୍ସକ ଡାକ୍ତର ସୂର୍ଯ୍ୟକାନ୍ତ ମେହେର ଆସୁନଥିବାରୁ ଗୋପାଳକମାନେ ନିଜର ପ୍ରାଣୀକୁ ଆଣି ଫେରୁଥିବା ବେଳେ ବାହାରେ ଚିକିତ୍ସା କରି ଅଧିକ ଖର୍ଚ୍ଚାନ୍ତ ହେଉଥିବାରୁ ଆଜି ୪୦ ଟି ଗ୍ରାମର ଗୋପାଳକ ସକାଳ ସାଢେ ୬ ଟାରୁ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ତାଲା ପକାଇ ବିଭିନ୍ନ ନାର ।ବାଜି ଦେଇଥିଲେ । ଏଠାରେ ନିଯୁକ୍ତ ହୋଇଥିବା ଡାକ୍ତର ନିୟମିତ ଆସୁନଥିବାରୁ ତାଙ୍କର ବଦଳି ଦାବିରେ ପୂର୍ବରୁ ମଧ୍ୟ ଗୋପାଳକମାନେ ତାଲା ପକାଇ ଧାରଣାରେ ବସିଥିଲେ । ସେତେବେଳେ ଖବର ପାଇ ବାଉଁଶୁଣି ସହକାରୀ ଭେଟେନ ।ରୀ ସର୍ଜନ ଓ ସି ଡି ଭି ଓ ଘଟଣା ସମ୍ପର୍କରେ ବୁଝି ଗୋପାଳକ ମାନଙ୍କ ମଧ୍ୟରେ ଆଲୋଚନା କରିଥିଲେ । ପ୍ରାଣୀ ଚିକିତ୍ସକ ନିୟମିତ ଆସିବା ପାଇଁ ପ୍ରତିଶ୍ରୁତି ଦେବାରୁ ତାଲା ଖୋଲା ଯାଇଥିଲା । କିଛି ଦିନ ପରେ ପୁଣି ଯଥା ପୂର୍ବଂ ତଥା ପରଂ ନୀତିରେ ଚାଲିଥିଲା । ଫଳରେ ଆଜି ଗୋପାଳକ ମାନେ ଉତ୍ତ୍ୟକ୍ତ ହୋଇ ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରରେ ତାଲା ପକାଇ ଦେଇଥିଲେ । ସୂଚନାଯୋଗ୍ୟ ଯେ ପ୍ରାଣୀ ଚିକିତ୍ସକ ନିୟମିତ ଆସୁନଥିବାରୁ ଅଞ୍ଚଳର ଗୋପାଳକମାନେ ବିବିଧ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଯାହାଫଳରେ ଆଜି ତାଲା ପକାଇବାକୁ ବାଧ୍ୟ ହେଲେ । ଏନେଇ ବାଉଁଶୁଣି ଭି ଏ ଏସ୍‌ ପ୍ରିୟବ୍ରତ ବେହେରାଙ୍କୁ ଯୋଗାଯୋଗ କରିବାରୁ ପ୍ରାଣୀ ଚିକିତ୍ସକଙ୍କ ଜୁନ ୧୦ ରୁ ବଦଳି ହୋଇଛି । ମୁଣ୍ଡ ।ପଡା ପ୍ରାଣୀ ଚିକିତ୍ସକ ସୌଭାଗ୍ୟ ପ୍ରଧାନଙ୍କୁ ଜହ୍ନ ।ପଙ୍କ ପ୍ରାଣୀ ଚିକିତ୍ସାକେନ୍ଦ୍ରର ଦାୟିତ୍ୱ ଦିଆଯାଇଛି । ତେବେ ଶ୍ରୀ ମେହେର ଦାୟିତ୍ୱ ହସ୍ତାନ୍ତର କରୁନଥିବାରୁ ସେ କାର୍ଯ୍ୟାଳୟ ଖୋଲୁ ନାହାନ୍ତି । ଦିନେ ଦୁଇ ଦିନ ମଧ୍ୟରେ ସେ ଚାର୍ଜ ଦେବେ ତାପରେ ନିୟମିତ ଖୋଲିବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

9 + two =