ଆସୁଛି ଅଟଳବିହାରୀ ବାଜପେୟୀଙ୍କ ବୟୋପିକ ‘ଅଟଲ’

0 155

ମୁମ୍ୱାଇ : ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀ ଉପରେ ତିଆରି ହେଉଛି ଏକ ହିନ୍ଦି ଚଳଚ୍ଚିତ୍ର । ୧୯୨୪ ମସିହା ଡିସେମ୍ୱର ୨୫ରେ ଗ୍ୱାଲିଅରରେ ଜନ୍ମ ହୋଇଥିବା ବାଜପେୟୀଙ୍କ ଉପରେ ତିଆରି ହୋଇଥିବା ସିନେମାର ନାଁ ‘ଅଟଲ’ ରହିଛି । ଏହି ସିନେମାକୁ ତିଆରି କରିବା ପାଇଁ ଦୁଇଜଣ ବରିଷ୍ଠ ସିନେ ନିର୍ମାତା ବିନୋଦ ଭାନୁଶାଲୀ ଓ ସନ୍ଦୀପ ସିଂହ ହାତ ମିଳାଇଛନ୍ତି । ସନ୍ଦୀପ ସିଂହ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାୟୋପିକ୍‌ ‘ପିଏମ ନରେନ୍ଦ୍ର ମୋଦୀ’ ସିନେମା ନିର୍ମାଣ କରି ଦର୍ଶକଙ୍କୁ ଭେଟି ଦେଇଛନ୍ତି । ‘ଅଟଲ’ ସିନେମାର ନିର୍ଦ୍ଦେଶକ ଓ ଅଟଳଙ୍କ ଭୂମିକାରେ କେଉଁ କଳାକାର ଅଭିନୟ କରିବେ, ତାହା ବହୁତ ଶୀଘ୍ର ଘୋଷଣା ହେବ । ଇତିମଧ୍ୟରେ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକି ପ୍ରସ୍ତୁତି ଭାରତୀୟ ଜନତା ପାର୍ଟି ଆରମ୍ଭ କରିଦେଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ପ୍ରଚାରକ ତଥା ଆଜୀବନ ଅବିବାହିତ ଅଟଳ ବିହାରୀ ବାଜପେୟୀ କ୍ଷମତାକୁ ଆସିବା ପୂର୍ବରୁ ବିରୋଧି ଦଳ ନେତା ଭାବେ ଖୁବ୍‌ ସମ୍ମାନ ପାଇଛନ୍ତି । ସେ ପ୍ରଥମ ଥ଼ର ପାଇଁ ଜାତି ସଂଘରେ ହିନ୍ଦିରେ ଭାଷଣ ଦେଇ ଚର୍ଚ୍ଚାର ପରିସର ଭିତରକୁ ଆସିଥିଲେ ।

hiranchal ad1
Leave A Reply

Your email address will not be published.

18 + 8 =