୫-ଜି ଲଞ୍ଚ୍‌ ପ୍ରସ୍ତୁତି ପାଇଁ ଟେଲିକମ୍‌ କମ୍ପାନିଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

0 206

ନୂଆଦିଲ୍ଲୀ: ଦେଶରେ ‘୫ଜି’ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି କରିବା ଲାଗି ଆଜି କେନ୍ଦ୍ର ସରକାର ଟେଲିକମ କଂପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ‘ସ୍ପେକ୍ଟ୍ରମ୍‌ ଆସାଇନ୍‌ମେଣ୍ଟ୍‌ ଲେଟର୍‌’ ଜାରି ହୋଇସାରିଛି । ସ୍ୱାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ଦେଇଥିବା ଉଦ୍‌ବୋଧନରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଆଶା କରାଯାଉଥିବା ସମୟ ପୂର୍ବରୁ ‘୫ଜି’ ସେବା ଉପଲବ୍ଧ ହେବ । ଦେଶରେ ‘୪ଜି’ ବେଗ ଅପେକ୍ଷା ‘୫ଜି’ ବେଗ ୧୦ଗୁଣା କ୍ଷିପ୍ର ହେବ । ତେଣୁ, ଔପଚାରିକ ଭାବେ ଦେଶରେ ‘୫ଜି’ ସେବା ଘୋଷଣା କରାଯିବା ଆଗରୁ ‘ରିଲାଏନ୍‌ସ୍‌ ଜିଓ’ ଏବଂ ‘ଭିଆଇ’ ଆଦି ଟେଲିକମ୍‌ ଅପରେଟର୍‌ମାନେ ‘୫ଜି’ ସମ୍ବନ୍ଧୀୟ ଉତ୍ପାଦ ବିକଶିତ କରିବା ଲାଗି ଇଞ୍ଜିନିୟର୍‌ମାନଙ୍କୁ ନିଯୁକ୍ତି ଦେବାକୁ ତତ୍ପର ହୋଇ ଉଠିଛନ୍ତି । ଚଳିତ ମାସର ଶେଷ ଆଡକୁ ଔପଚାରିକ ଘୋଷଣା କରାଯିବା ପରେ ‘ଏୟାର୍‌ଟେଲ୍‌’ ଓ ‘ଜିଓ’ ନିଜ ନିଜ ‘୫ଜି’ ସେବାର ପ୍ରଥମ ପର୍ଯ୍ୟାୟ ଆରମ୍ଭ କରିବେ ବୋଲି ଆଶା କରାଯାଉଛି ।

hiranchal ad1
Leave A Reply

Your email address will not be published.

16 − four =