ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା

0 91

ପୁରୀ : ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା । ନିମାପଡା ଓ ଗୋପ ବ୍ଲକ୍‌ରେ ଧାନୁଆ ନଦୀର ବନ୍ୟା ଜଳ ଯୋଗୁ ୨୦ ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ଶହଶହ ଏକର ଚାଷ ଜମିରେ ଧନୁଆ ନଦୀର ବନ୍ୟା ଜଳ ମାଡ଼ି ଯାଇଥିବାରୁ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ସେପଟେ ଧନୂଆ ନଦୀ ଅବବାହିକାରେ ଥିବା ଶତାଧିକ ଗ୍ରାମରେ ବନ୍ୟା ଜଳ ମାଡ଼ି ଯାଇଚି । ଜଳବନ୍ଦୀ ଘେରରେ ଏବେ ହଜାର ହଜାର ଲୋକ । ଲୋକଙ୍କ ନିକଟରେ କିଭଳି ରିଲିଫ ପହଞ୍ଚିବ ସେ ନେଇ ବନ୍ୟାଞ୍ଚଳ ପରିଦର୍ଶନ କରୁଛନ୍ତି ନିମାପଡ଼ା ବିଧାୟକ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଲୋକ ଅଭିଯୋଗ ଶୁଣିବା ସହ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସ୍ଥାନୀୟ ପ୍ରଶାସନ ସମସ୍ତ ସହଯୋଗ ଓ ସାହାଯ୍ୟ ପ୍ରଦାନ ପାଇଁ ସ୍ଥାନୀୟ ବିଡ଼ିଓ ଓ ତହସିଲଦାରଙ୍କୁ ମନ୍ତ୍ରୀ ସମିର ଦାଶ ନିର୍ଦ୍ଦେଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

1 − 1 =