ଆକାଶ ବାଇଜୁସ୍‍ ଭୁବନେଶ୍ୱରର ସ୍ୱୟଂଶକ୍ତି ତ୍ରିପାଠୀ ଏଆଇଆର୍‍ ୮ ସହିତ ଏନ୍‍ଇଇଟି ୟୁଜି ୨୦୨୩ରେ ଓଡ଼ିଶା ଟପ୍ପର

0 159

ଭୁବନେଶ୍ୱର: ଆକାଶ ବାଇଜୁସ୍‍ ଭୁବନେଶ୍ୱର ଶାଖାର ଛାତ୍ର ସ୍ୱୟଂଶକ୍ତି ତ୍ରିପାଠୀଙ୍କର ଜନସାଧାରଣଙ୍କୁ ସାହାଯ୍ୟ କରିବାର ଆଗ୍ରହ ରହିଛି ଏବଂ ସେ ତାଙ୍କ ସ୍ୱପ୍ନ ସାକାର କରିବାକୁ ଜଣେ ଡାକ୍ତରର ମହତ୍‍ ବୃତ୍ତି ଆପଣେଇବାକୁ ଚାହିଁଥିଲେ । ସେ ନିଷ୍ଠାର ସହିତ ପ୍ରସ୍ତୁତି କରିଥିଲେ ଏବଂ ୭୨୦ରୁ ୭୧୫ ସ୍କୋର କରି ଏଆଇଆର୍‍ ୮ ହାସଲ କରିବା ସହିତ ଏନ୍‍ଇଇଟିୟୁଜି ୨୦୨୩ରେ ଓଡ଼ିଶା ଟପ୍ପର ହୋଇଛନ୍ତି । ତାଙ୍କ ବ୍ୟାଚ୍‍ରେ ଏକମାତ୍ରଛାତ୍ର ଭାବରେ ତାଙ୍କୁ ଦିଆଯାଇଥିବା କାର୍ଯ୍ୟଭାର ଠାରୁ ଅଧିକ ମାଗିଥିଲେ । ଜାତୀୟ ମେଧା ଅନ୍ୱେଷଣ ପରୀକ୍ଷା (ଏନ୍‍ଟିଏସ୍‍ଇ) ନିମନ୍ତେ ପ୍ରସ୍ତୁତ ହେବାକୁସ୍ୱୟଂଶକ୍ତି ଆକାଶ ବାଇଜୁସ୍‍ରେ ଦଶମ ଶ୍ରେଣୀରେ ଯୋଗଦେଇଥିଲେ,ଯେଉଁଠାରେ ସେ ଉଭୟ ସେସନ୍‍ରେ ଉତ୍ତୀର୍ଣ୍ଣ ହୋଇ ଜଣେ ଛାତ୍ର ବୃତ୍ତିଧାରୀହୋଇଥିଲେ । କୋଭିଡ ମହାମାରୀ ସଂକ୍ରମଣ କାରଣରୁ କ୍ଲାସଗୁଡିକଅନ୍‍ଲାଇନରେ ହେଉଥିଲା, କିନ୍ତୁ ସ୍ୱୟଂଶକ୍ତି ଅନ୍‍ଲାଇନ କ୍ଲାସ୍‍ ସମୟରେ ବୃତ୍ତିଗତଶିକ୍ଷକ ଏବଂ ଆନ୍ତଃକ୍ରିୟାଶୀଳ ଶିକ୍ଷଣ ପଦ୍ଧତିକୁ ପସନ୍ଦ କରିଥିଲେ । ସେ ଏକାଦଶଶ୍ରେଣୀରେ ଦୁଇବର୍ଷ ପାଠ୍ୟକ୍ରମ ସହିତ ଏନ୍‍ଇଇଟି ପ୍ରସ୍ତୁତି କରିବାକୁ ସ୍ଥିରକରିଥିଲେ । ସେ ବାୟୋଲୋଜିରେ ଅଧିକ ମଜଭୁତ ଥିଲେ ଏବଂ ତାଙ୍କର ବୋର୍ଡପରୀକ୍ଷା ପରେ ସେ କିଛି ବିଶିଷ୍ଟ ଡାକ୍ତରଙ୍କ ସାକ୍ଷାତକାର ଅନ୍‍ଲାଇନରେ ଦେଖିବାରେସମୟ ବିତାଇଥିଲେ । ଏହା ତାଙ୍କୁ ପ୍ରତ୍ୟକ୍ଷ ଭାବରେ ଜନସାଧାରଣଙ୍କ ସେବାରେନିୟୋଜିତ ହେବାକୁ ପ୍ରେରଣା ଯୋଗାଇଥିଲା ଏବଂ ସେ ଡାକ୍ତରୀ ପାଇଁପ୍ରସ୍ତୁତି ଆରମ୍ଭ କଲେ ।ସ୍ୱୟଂଶକ୍ତିଙ୍କ ବାପା ଏକ ସରକାରୀ ଇଞ୍ଜିନିୟରିଂ କଲେଜରେ ପ୍ରାଧ୍ୟାପକଥିବାବେଳେ ତାଙ୍କ ମା’ ଜଣେ ଗୃହିଣୀ । ସେ ତାଙ୍କ ନିଜସ୍ୱ ପସନ୍ଦର କାମ କରିବାକୁତାଙ୍କ ପରିବାର ତାଙ୍କୁ ସର୍ବଦା ଉତ୍ସାହିତ କରିଥିଲେ ଏବଂ ସେ ତାଙ୍କ ଜେଜେ ବାପାଙ୍କପଦାଙ୍କ ଅନୁସରଣ କରିବାକୁ ସେମାନେ ଚାହିଁଥିଲେ, ଯିଏ ଜଣେ ଡାକ୍ତର ଭାବରେକାର୍ଯ୍ୟକରି ଅବସର ନେଇସାରିଛନ୍ତି । ତାଙ୍କ ବାପା ଅତ୍ୟନ୍ତ ସହାୟକ ଥିଲେ ଏବଂତାଙ୍କୁ ତାଙ୍କ ପାଠପଢାରେ ମାର୍ଗଦର୍ଶନ କରିବା ସହିତ ସ୍ୱୟଂଶକ୍ତିଙ୍କ ଅଗ୍ରଗତିସମ୍ପର୍କରେ ଜାଣିବାକୁ ନିୟମିତ ଭାବରେ ଶିକ୍ଷକମାନଙ୍କ ସହିତ ଯୋଗା ଯୋଗରେରହୁଥିଲେ । ସ୍ୱୟଂଶକ୍ତିଙ୍କର ଜଣେ ସାନ ଭଉଣୀ ଅଛନ୍ତି ଯିଏ ସମ୍ପ୍ରତି ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି ।ଆତ୍ମ ବିଶ୍ଳେଷଣ କରିବା ଏବଂ ନିଜସ୍ୱ ଅଧ୍ୟୟନ ବଳରେ ଦୁର୍ବଳକ୍ଷେତ୍ରଗୁଡିକରେ ଉନ୍ନତି ଆଣିବାକୁ ସ୍ୱୟଂଶକ୍ତିଙ୍କ କ୍ଷମତା ପାଇଁ ତାଙ୍କଶିକ୍ଷକମାନେ ତାଙ୍କୁ ପ୍ରଶଂସା କରିଛନ୍ତି ।

hiranchal ad1
Leave A Reply

Your email address will not be published.

eighteen + two =