ମହିଳାଙ୍କୁ ନୃଶଂସ ହତ୍ୟା, ଅଭିଯୁକ୍ତ ୬୦ବର୍ଷିୟ ବୃଦ୍ଧ ଗିରଫ

0 223

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଖରଭୂଇଁ ଗ୍ରାମରେ ଗତ ରବିବାର ଦିନ ସକାଳୁ ନିକଟସ୍ଥ କନ୍ଦବାରୀ ଜଙ୍ଗଲ ମଧ୍ୟରେ ଜଣେ ଦୁର୍ବଳା ମହିଳା ଅପୂର୍ବ ଷାଣ୍ଢ (୪୮) ଙ୍କୁ ବିଭତ୍ସ ଭାବେ ହତ୍ୟା କରି ମହିଳାଙ୍କ ଅର୍ଦ୍ଧ ନଗ୍ନ ଶରୀର ଉପରେ ବଡ଼ ବଡ଼ ପଥର ଲଦି ମାରିବା ଭଳି ଖବର ଜଣାପଡିବା ପରେ ଅଞ୍ଚଳରେ ଘଟଣାକୁ ନେଇ ଚର୍ଚ୍ଚା ହୋଇଥିଲା । ଘଟଣାକୁ କେନ୍ଦ୍ର କରି ହରଭଙ୍ଗା ପୋଲିସ ସମେତ ସନ୍ଧାନୀ କୁକୁର ଓ ସ୍କାର୍ଡକୁ ନେଇ ସାଇଣ୍ଟିଫିକ ଟିମ ପହଁଚି ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ହତ୍ୟା ଘଟଣାରେ ପୋଲିସ ଗ୍ରାମର ୬୦ ବର୍ଷର ବୃଦ୍ଧ ଦୁର୍ଯ୍ୟେଧନ ଭୋକ୍ତାଙ୍କୁ ମଙ୍ଗଳବାର ଦିନ ଗିରଫ କରି ଓ କୋର୍ଟ ଚାଲାଣ କରିଥିଲା । ହତ୍ୟା ସ୍ଥାନରୁ ମିଳିଥିବା ଚପଲ ଓ ଟାଙ୍ଗିଆ ଅଭିଯୁକ୍ତ ଦୁର୍ଯୋଧନର ବୋଲି ପୋଲିସ ସୂତ୍ରରୁ ଜଣାପଡିଛି । ସୂଚନା ଥାଉକି ଗ୍ରାମବାସୀ ଓ ମୃତକଙ୍କ ପରିବାର ଲୋକଙ୍କ କହିବା ଅନୁଯାଇ ଅପୂର୍ବ ଷାଣ୍ଢ ଓ ଦୁର୍ଯ୍ୟେଧନ ଭୋକ୍ତାଙ୍କ ମଧ୍ୟରେ ପୂର୍ବରୁ କୌଣସି ବାଦ ବିବାଦ କି ଶତ୍ରୁତା ନଥିଲା । ଦୁର୍ଯ୍ୟେଧନ ବୃଦ୍ଧ ଅବସ୍ଥାରେ ଥାଇ କିପରି ଜଙ୍ଗଲ ମଧ୍ୟରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହତ୍ୟା କରିବା ଏବଂ ପରବର୍ତ୍ତୀ ସମୟରେ ବଡ଼ ବଡ଼ ପଥର ବୋହି ମହିଳାଙ୍କ ଶରୀରରେ ଲଦିବା ଭଳି ଦୃଶ୍ୟ ସନ୍ଦେହ ଘେରରେ ପକାଇଛି । ଘଟଣାକୁ ଦେଖିଲେ ଜଣେ ବୃଦ୍ଧଙ୍କ ଏଭଳି କାର୍ଯ୍ୟ କରିଥିବା ସାଧାରଣରେ ସନ୍ଦେହ ପ୍ରକାଶ ପାଉଥିବା ବେଳେ ଏହି ହତ୍ୟାରେ ବୃଦ୍ଧ ହିଁ ସାମିଲ ନା ଆଉ କେତେକ ସହଯୋଗୀ ହତ୍ୟା ଘଟଣାରେ ସଂପୃକ୍ତ ଅଛନ୍ତି ତାହା ସାଧାରଣ ଲୋକଙ୍କ ମଧ୍ୟରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ହତ୍ୟା ଘଟଣାକୁ ନେଇ ଥାନା ଏଏସଆଇ ପୂର୍ଣ୍ଣଚନ୍ଦ୍ର କିଷାନକୁ ପଚାରିବାରୁ ଦୁର୍ଯ୍ୟେଧନ ନିଶା ଖାଇ ଏପରି କରିଥିବା ବୟାନ ଦେଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ । ତେଣୁ ପୋଲିସ ଉକ୍ତ ଘଟଣାର ସଠିକ ତଦନ୍ତ କରି ହତ୍ୟା ଘଟଣାରେ ଆଉ କିଏ ସାମିଲ ଅଛନ୍ତି ତାହାର ପ୍ରକୃତ ରହସ୍ୟ ଲୋକଲୋଚନକୁ ଆଣିବା ସହିତ ହତ୍ୟାକାଣ୍ଡରେ ସାମିଲ ଥିବା ଦୋଷୀ ମାନଙ୍କୁ ଦଣ୍ଡ ଦେବା ପାଇଁ ସାଧରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

18 + nine =