ବିିଶ୍ୱ କିଡ୍‌ନୀ ଦିବସରେ ଆପୋଲୋ ହସ୍ପିଟାଲର ସଚେତନତା ୱାକାଥନ୍‌

0 61

ଭୁବନେଶ୍ୱର,୯/୩: ଆପୋଲୋ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ କିଡ୍‌ନୀ ସୁରକ୍ଷା ସମ୍ପର୍କରେ ସଚେତନତା ନିମନ୍ତେ ଏକ ୱାକାଥନ୍‌ ଆୟୋଜିତ ହୋଇଯାଇଛି । ବିଶ୍ୱ କିଡ୍‌ନୀ ଦିବସ ଅବସରରେ ଆୟୋଜିତ ଏହି ୱାକାଥନ୍‌କୁ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରରସିଓଓ ଏବଂ ନିର୍ଦ୍ଦେଶକ ମେଡିକାଲ ସର୍ଭିସେସ୍‌ ଡାକ୍ତର ଆଲୋକ ଶ୍ରୀଭାସ୍ତବ୍‌ ଓ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡାକ୍ତର ନିତୀଶ କୁମାର ମହାନ୍ତିଙ୍କ ଦ୍ୱାରା ମଳିତ ଭାବରେ ଉଦ୍‌ଘାଟିତ ହୋଇଛି ।
ଏହି ୱାକାଥନ୍‌ ଆପୋଲୋ ହସ୍ପିଟାଲ ପରିସରରୁ ଆରମ୍ଭ ହୋଇ ସୌନିକ ସ୍କୁଲ ଛକ, ପ୍ରେସ୍‌ ଛକ ଏବଂ ନାଲ୍‌କୋ ସ୍କୋଆର ଦେଇ ଆପୋଲୋ ହସ୍ପିଟାଲ ପରିସରରେ ସମାପ୍ତ ହୋଇଛି । ଏହି ସଚେତନତା ୱାକାଥନ୍‌ରେ ୧୦୦ ରୁ ଅଧିକ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।
ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ନେଫ୍ରୋଲୋଜି ବିଭାଗର ଡାକ୍ତର ସ୍ମାରକ ପଣ୍ଡା ଓ ଡାକ୍ତର ପୂରିନା ଚନ୍ଦ୍ର କର ମଧ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହି ଅବସରରେ ବରିଷ୍ଠ ନେଫ୍ରୋଲୋଜିଷ୍ଟ ଡାକ୍ତର ନିତୀଶ କୁମାର ମହାନ୍ତି କିଡନୀର ସୁରକ୍ଷା ପାଇଁ ବ୍ଲଡ ସୁଗାର ଓ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣରେ ରଖିବାକୁ ପରାମର୍ଶ ଦେଇଥିଲେ । ଏହାସହିତ ସୁସ୍ଥ ରହିବା ନିମନ୍ତେ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବା ଏବଂ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାର ଆବଶ୍ୟକତା ସମ୍ପର୍କରେ ମଧ୍ୟ ସେ ସଚେତନ କରିଥିଲେ ।
ଏହି ଅବସରରେ ଡାକ୍ତର ଆଲୋକ ଶ୍ରୀଭାସ୍ତବ୍‌ ଆପେଲୋ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ଷ୍ଟେଟ୍‌ ଅଫ୍‌ ଆର୍ଟ କେନ୍ଦ୍ର ଠାରେ ଉପଲବ୍ଧ ଚିକିତ୍ସା ସେବାଗୁଡିକ ଉପରେ ଗୁରୁତ୍ୱାରୋପ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − two =