ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ଦୁଇଟି ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦

0 31

ନୂଆଦିଲ୍ଲୀ/ଭୁବନେଶ୍ବର:କର୍ପୋରେଟ୍ ସାମାଜିକ ଦାଇତ୍ଵ (ସିଏସ୍ଆର୍) କାର୍ଯ୍ୟ ନିମନ୍ତେ ଭାରତ ସରକାରଙ୍କ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା ପ୍ରଦାନ କରାଯାଉଥିବା ସମ୍ମାନଜନକ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) କୁ ଦୁଇଟି ବର୍ଗରେ ବିଜେତା ଘୋଷଣା କରାଯାଇଛି ।

କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ପ୍ରେସ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ନବୀନ ଜିନ୍ଦଲଙ୍କ ନେତୃତ୍ଵାଧୀନ ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର “ଆକାଂକ୍ଷା ଜିଲ୍ଲା / ଦୁର୍ଗମ ଅଞ୍ଚଳରେ ସିଏସ୍ଆର୍ (ପୂର୍ବ ଜୋନ)” ଏବଂ “ଜାତୀୟ ପ୍ରାଥମିକତା କ୍ଷେତ୍ରରେ ଅବଦାନ (ଦିବ୍ୟାଙ୍ଗଙ୍କୁ ସହାୟତା)” ଶ୍ରେଣୀରେ ବିଜେତା ଭାବରେ ମନୋନୀତ କରାଯାଇଛି ।

ନିଜର ସିଏସ୍ଆର୍ ସଂସ୍ଥା ଜେଏସପି ଫାଉଣ୍ଡେସନ ମାଧ୍ୟମରେ, ମାଧ୍ୟମରେ ଜେଏସପି ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡ ସମେତ ସମଗ୍ର ଭାରତରେ ଥିବା ବିଭିନ୍ନ ଗ୍ରାମୀଣ ଏବଂ ଆଦିବାସୀ ମୁଖ୍ୟ ଅଞ୍ଚଳରେ ମାନବ ବିକାଶ ସୂଚକାଙ୍କର ଉନ୍ନତି ତଥା ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଧ୍ୟାନ ଦେଇ ବହୁମୁଖୀ ସାମାଜିକ ବିକାଶ ପଦକ୍ଷେପ କାର୍ଯ୍ୟକାରୀ କରୁଛି।

ବିଭିନ୍ନ ମନ୍ତ୍ରଣାଳୟ, ରାଜ୍ୟ ସରକାର, ଭାରତର ତିନୋଟି ପ୍ରତିଷ୍ଠିତ ଅନୁଷ୍ଠାନ, ଇଣ୍ଡଷ୍ଟ୍ରି ଓ ବାଣିଜ୍ୟ ଚାମ୍ବର  ଏବଂ ଗୋଷ୍ଠୀ ସମୂହଙ୍କ ସହିତ ସିଧାସଳଖ କଥାବାର୍ତ୍ତା ପରେ, କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ଦ୍ଵାରା କରାଯାଇଥିବା ଏକ ତିନି ପର୍ଯ୍ୟାୟ ଚୟନ ପ୍ରକ୍ରିୟା ପରେ ଜେଏସପି ଏହି ପୁରସ୍କାର ପାଇଁ ମନୋନୀତ ହୋଇଛି ।  

କମ୍ପାନୀର ଟିମ୍ ସିଏସ୍ଆର ଟିମ୍ କୁ ଅଭିନନ୍ଦନ ଜଣାଇ ଜେଏସପିର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ କହିଛନ୍ତି ଯେ, “ଲୋକଙ୍କ ସହଭାଗିତା ତଥା ପରିବେଶ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଶିଳ୍ପାୟନ ମାଧ୍ୟମରେ ଆମେ ସାମଗ୍ରିକ ବିକାଶ ନିମନ୍ତେ କାର୍ଯ୍ୟ କରିବାରେ ବିଶ୍ବାସ କରୁ । ସ୍ଥାନୀୟ ଜନସାଧାରଙ୍କ ଜୀବନ ଧାରଣ ମୂଲ୍ଯରେ ଉନ୍ନତି ନିମନ୍ତେ ସିଏସଆର ମାଧ୍ୟମରେ ଆମେ ବିଭିନ୍ନ ବହୁମୁଖୀ ସାମାଜିକ ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରୁଛୁ । ଏହି ପୁରସ୍କାର ନିଶ୍ଚିନ୍ତ ଭାବରେ ଆମ ପାଇଁ ଏକ ବଡ ସ୍ୱୀକୃତି । ଆମ ପାଇଁ, ଏହା ସର୍ବଦା ଜନସାଧାରଣ ହିଁ ପ୍ରଥମ” ।

hiring

ଜାତୀୟ ସିଏସଆର ପୁରସ୍କାର ଦ୍ଵାରା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରକୁ ସ୍ୱୀକୃତି ଦେଇଥିବାରୁ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇ ଜେଏସପି ଫାଉଣ୍ଡେସନର ଚେୟାରପର୍ସନ ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି ଯେ, “ସିଏସଆର କ୍ଷେତ୍ରରେ ଭାରତ ସରକାରଙ୍କ ଏହି ସର୍ବୋଚ୍ଚ ପୁରସ୍କାର ନିମନ୍ତେ ଜେଏସପିକୁ ଚୟନ କରାଯାଇଥିବାରୁ ଆମେ ବହୁତ ଉତ୍ସାହିତ । ମହାମାରୀ ପରେ ସ୍ୱାସ୍ଥ୍ୟ, ଶିକ୍ଷା, ସମାଜିକ ଉନ୍ନୟନ ଏବଂ ଜଳବାୟୁ କ୍ଷେତ୍ରରେ ବିଭିନ୍ନ ସ୍ତରରେ ସମ୍ମୁଖୀନ ହେଉଥିବା ସଙ୍କଟ ଏବଂ ଆବଶ୍ୟକତା ବିଷୟରେ ଆମେ ଅଧିକ ସଚେତନ । ଆମର ସମସ୍ତ କାର୍ଯ୍ୟକ୍ରମ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ସହିତ ସଂପୂର୍ଣ୍ଣ ଭାବେ ସଂଯୁକ୍ତ ଏବଂ ଏହି ଦେଶର ଲୋକମାନଙ୍କ ପାଇଁ ଏକ ନ୍ୟାୟସଙ୍ଗତ ଏବଂ ସନ୍ତୁଳିତ ବିକାଶ କରିବାକୁ ଲକ୍ଷ୍ୟ ରଖି ଥାଏ । ସମଗ୍ର ଭାରତରେ ସ୍ଥାୟୀ ବିକାଶ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବାରେ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବାରେ ଏହି ପୁରସ୍କାର ପ୍ରେରଣା ଯୋଗାଇବ” ।

ଜାତୀୟ ସିଏସଆର ପୁରସ୍କାର ପାଇଁ ସମୀକ୍ଷା ହୋଇଥିବା ଜେଏସପିର ୱାଡି କାର୍ଯ୍ୟକ୍ରମ ଏକ ପରିବେଶ ଉପଯୋଗୀ ପ୍ରକଳ୍ପ । ଛତିଶଗଡର ତମନାର ବ୍ଲକର ୫୦୦ ଏକର ପାହାଡିଆ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପରେ ଆଦିବାସୀ ଜନତା ମାନେ ଉପକୃତ ହେଉଚ୍ଚନ୍ତି । ପରିବେଶର ସୁରକ୍ଷା, ଚାଷ ଅନୁପୋଯୋଗୀ ଜମିକୁ ଚାଷ ଜମିରେ ପରିବର୍ତ୍ତନ କରିବା ଏବଂ ସର୍ବୋପରି ଚାଷୀ ମାନଙ୍କ ଆୟବୃଦ୍ଧି ରେ ସହାୟତା କରି ସେମାନଙ୍କ ଜୀବନଧାରଣ ମନରେ ଉନ୍ନତି ଆଣିବାରେ ଏହି ପ୍ରକଳ୍ପ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

ଜେଏସପି ଫାଉଣ୍ଡେସନର ପ୍ରୋଜେକ୍ଟ ସ୍ନେହ ମଧ୍ୟମରେରେ, ଓଡିଶାର ଅନୁହୁଳ ଜିଲ୍ଲାର ପାଲଲହଡା ବ୍ଲକର 1200 ରୁ ଅଧିକ ପିଲାଙ୍କ ପୁଷ୍ଟିହୀନତା ହ୍ରାସ କରିବାରେ ଜେଏସପି କାର୍ଯ୍ୟ କରୁଛି । ଦୁର୍ଗମ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମରେ ରହୁଥିବା ୩ ରୁ ଛ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ପୁଷ୍ଟିହୀନତାର ମୁକାବିଲା ପାଇଁ ଜେଏସପି ର ସିଏସଆର  ସଂସ୍ଥା ଜେଏସପି ଫାଉଣ୍ଡେସନ୍ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରୁଛି ।

“ଆକାଂକ୍ଷା ଜିଲ୍ଲା / ଦୁର୍ଗମ ଅଞ୍ଚଳରେ ସିଏସ୍ଆର୍ (ପୂର୍ବ ଜୋନ)” ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର ପାଇଁ ବହୁମୁଖୀ ଚୟନ ପ୍ରକ୍ରିୟାରେ ଜେଏସପିର ଏହି ଦୁଇ କାର୍ଯ୍ୟକ୍ରମ ସହିତ ତମାନରରେ କାର୍ଯ୍ୟକରି ହେଉଥିବା ବାତ୍ସଲ୍ୟ ପ୍ରକଳ୍ପକୁ ସମୀକ୍ଷା କରାଯାଇଥିଲା ।

ସେହିଭଳି “ଜାତୀୟ ପ୍ରାଥମିକତା କ୍ଷେତ୍ରରେ ଅବଦାନ (ଦିବ୍ୟାଙ୍ଗଙ୍କୁ ସହାୟତା)” ବର୍ଗରେ ଜାତୀୟ ସିଏସ୍ଆର୍ ପୁରସ୍କାର ପାଇଁ ଜେଏସପିର ଫ୍ଲାଗସିପ୍ କାର୍ଯ୍ୟକ୍ରମ ‘ଆଶା ଦି ହୋପ’ ପ୍ରକଳ୍ପର ସମୀକ୍ଷା ହୋଇଥିଲା । ଜେଏସପି ଫାଉଣ୍ଡେସନ ମଧ୍ୟମରେ କାର୍ଯ୍ୟକାରୀ ହେଉଥିବା ଏହି ପ୍ରକଳ୍ପ ମାଧ୍ୟମରେ, କମ୍ପାନୀ ଦିବ୍ୟାଙ୍ଗ ବ୍ୟକ୍ତି ଏବଂ ଶିଶୁ ମାନଙ୍କ ପୁନର୍ବାସ ଏବଂ ସଶକ୍ତିକରଣରେ ସହାୟତା କରି ଆସୁଛି ।  ଏହି କାର୍ଯ୍ୟକ୍ରମରେ ଛତିଶଗଡର ରାଇଗଡ, ଓଡିଶାର ଅନୁଗୁଳ ଏବଂ ଝାରଖଣ୍ଡର ପତ୍ରାତୁ ଠାରେ ବିଭିନ୍ନ କେନ୍ଦ୍ର ଭିତ୍ତିକ ତଥା ଗୋଷ୍ଠୀ ଭିତ୍ତିକ ସେବା ଯୋଗାଇ ଦେଇ ଆସୁଛି । ଆଶା- ଦ ହୋପ କେନ୍ଦ୍ରଗୁଡିକ ସ୍ୱତନ୍ତ୍ର ଆବଶ୍ୟକତା ଥିବା ଭିନ୍ନକ୍ଷମ ପିଲାମାନଙ୍କର ପୁନ:ଥଇଥାନ ଏବଂ ସଶକ୍ତିକରଣ ପାଇଁ ଫିଜିଓଥେରାପି, ଅକୁପେସନାଲ ଥେରାପି, ସେନ୍ସୋରୀ ଇଣ୍ଟିଗ୍ରେସନ୍ ଥେରାପି, ସ୍ପିଚ ଥେରାପି, ଅଡିଓମେଟ୍ରି ଆଦି ବିଭିନ୍ନ ସେବା ପ୍ରଦାନ କରୁଛି | ଏହା ସହିତ ଭିନ୍ନକ୍ଷମ ଶିଶୁ ଓ ବ୍ୟକ୍ତିମାନଙ୍କ ନିମନ୍ତେ କୃତ୍ରିମ ଅଙ୍ଗ, ସହାୟକ ଏବଂ ଆଡାପ୍ଟିଭ୍ ଡିଭାଇସ୍ ଓ ମୋବିଲିଟି ଡିଭାଇସ୍ ଯୋଗାଇବାରେ ଏହି କେନ୍ଦ୍ରଗୁଡିକ ମଧ୍ୟ ସହାୟତା କରୁଛି । ଏହି କାର୍ଯ୍ୟକ୍ରମ ମଧ୍ୟମରେ ୫୨୦୦ରୁ ଅଧିକ ଶିଶୁ ଏବଂ ପ୍ରାୟ ୩୦୦ ଦିବ୍ୟାଙ୍ଗ ବ୍ୟକ୍ତି ଏପର୍ଯ୍ୟନ୍ତ ଉପକୃତ ହୋଇପାରିଛନ୍ତି ।

ଗତ ସପ୍ତହରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାତୀୟ ସିଏସ୍ଆର୍ ପୁରସ୍କାର – ୨୦୨୦ପାଇଁ ଘୋଷଣା କରାଯାଇଛି । ୨୦୧୯ ରେ ଏହି ପୁରସ୍କାର ମହାମହିମ ରାଷ୍ଟ୍ରପତିଏନକେ ଦ୍ଵାରା ନୂଆଦିଲ୍ଲୀର ବିଜ୍ଞାନ ଭବନରେ ପ୍ରଦାନ କରଯାଇଥିଲା ।

hiranchal ad1
Leave A Reply

Your email address will not be published.

3 × five =