ଉପେକ୍ଷୀତ ବର୍ଗଙ୍କ ଟିକାକରଣ ପାଇଁ ସିଏସ୍ସି ଓ ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ ମଧ୍ୟରେ ସହଯୋଗିତା

0 46

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ ଓ ଆଇଟି ମନ୍ତ୍ରଣାଳୟ ଅଧୀନରେ ଥିବା ଜନ ସେବା କେନ୍ଦ୍ର (ସିଏସ୍ସି) ପକ୍ଷରୁ ଟେଲିକମ୍ କଂପାନି ୱିର ସିଏସ୍ଆର୍ ଶାଖା ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ ସହ ସହଯୋଗିତା ସ୍ଥାପନ କରାଯାଇଛି । ଉପେକ୍ଷୀତ ବର୍ଗର ଲୋକମାନଙ୍କ ଟିକାକରଣ ଲାଗି ଉଭୟ ସଂସ୍ଥା ମିଳିତ ଭାବେ କାର୍ଯ୍ୟ କରିବେ ।
ସିଏସ୍ସିର ସିଏସ୍ଆର୍ ଓ ଶିକ୍ଷା ଶାଖା ସିଏସ୍ସି ଏକାଡେମି ତରଫରୁ ଗ୍ରାମ ସ୍ତରୀୟ ଉଦ୍ୟୋଗୀ (ଭିଏଲ୍ଇ)ଙ୍କ ଜରିଆରେ ସାରା ଦେଶର ଏକ ନିୟୁତ ହିତାଧିକାୀଙ୍କୁ ପଞ୍ଜୀକରଣ ଓ ଟିକାର ସିଡୁ୍ୟଲିଂ ସୁବିଧା ପ୍ରଦାନ କରାଯିବ । ବୟସ୍କ ଲୋକ, ବସ୍ତି ବାସିନ୍ଦା, ଦିନ ମଜୁରିଆ ଆଦିଙ୍କୁ ଚିହ୍ନଟ କରିବା ଓ ସେମାନଙ୍କ ପାଖରେ ପହଂଚିବାରେ ଭିଏଲ୍ଇମାନେ ପ୍ରମୁଖ ଭୂମିକା ତୁଲାଇବେ ।
ଏହି ସହଯୋଗିତା ସମ୍ପର୍କରେ ଡକ୍ଟର ଦୀନେଶ ତ୍ୟାଗି, ପରିଚାଳନା ନିର୍ଦେଶକ, ସିଏସ୍ସି ଏସ୍ପିଭି କହିଛନ୍ତି ଯେ, “ନାଗରିକମାନଙ୍କ ଲାଭ ପାଇଁ ସାମାଜିକ ଅଭିଯାନକୁ ସହାୟତା କରିବା ଲାଗି ସିଏସ୍ସି ସର୍ବଦା ଆଗକୁ ଆସିଥାଏ । ସମସ୍ତଙ୍କ ନିକଟରେ ସ୍ୱାସ୍ଥ୍ୟ ସେବା ପହଂଚାଇବାର ପ୍ରତିବଦ୍ଧତାର ଅଂଶସ୍ୱରୂପ କୋୱିନ୍ ଆପ୍ରେ ନାଗରିକମାନଙ୍କ ପଞ୍ଜୀକରଣ କରିବା ହେଉଛି ସେଭଳି ଏକ କାର୍ଯ୍ୟ ଯାହା ସିଏସ୍ସି ଗ୍ରହଣ କରିଛି । ଭୋଡାଫୋନ୍ ଆଇଡିଆ ଫାଉଣ୍ଡେସନ ସହ ସହଯୋଗିତା ସ୍ଥାପନ କରିଥିବାରୁ ତାହା ଆମକୁ ସାରା ଦେଶରେ ଥିବା ଉପେକ୍ଷୀତ ଓ ଦୁର୍ବଳ ବର୍ଗର ଲୋକଙ୍କ ନିକଟରେ ପହଂଚିବାରେ ସହାୟକ ହେବ ଏବଂ ଓ କୋ-ୱିନ୍ ଆପ୍ରେ ସେମାନଙ୍କ ପଞ୍ଜୀକରଣ କରି କୋଭିଡ୍ ବିରୋଧରେ ଦେଶ ଲଢ଼ୁଥିବା ଲଢ଼େଇକୁ ଦୃଢ଼ କରାଯିବ ।’’
ପି ବାଲାଜୀ, ଚିଫ୍ ରେଗୁଲେଟୋରି ଆଣ୍ଡ୍ କର୍ପୋରେଟ୍ ଆଫେୟାର୍ସ ଅଫିସର, ଭୋଡାଫୋନ୍ ଆଇଡିଆ ଲିମିଟେଡ୍ କହିଛନ୍ତି ଯେ, “ପ୍ରଯୁକ୍ତି ଓ ନବସୃଜନକୁ ବ୍ୟବହାର କରି ସମାଜ ସାମ୍ନା କରୁଥିବା ସମସ୍ୟାର ସମାଧାନ ହାସଲ କରିବା ଉପରେ ଭିଆଇଏଲ୍ରେ ଆମେ ବିଶ୍ୱାସ କରୁ । ସିଏସ୍ସି ସହିତ ସ୍ଥାପନ କରିଥିବା ସହଯୋଗିତା ଜରିଆରେ ଦେଶର ୧୦ ଲକ୍ଷ ଗ୍ରାମୀଣ ଲୋକଙ୍କ ଟିକାକରଣ ଲାଗି ଲକ୍ଷ୍ୟ ରଖାଯାଇଛି । ଆମର ଲକ୍ଷ୍ୟ ହେଉଛି ଉପେକ୍ଷୀତ ବର୍ଗର ଗ୍ରାମୀଣ ନାଗରିକ, ସମ୍ବେଦନଶୀଳ ଜନତା ଓ ବସ୍ତିବାସିନ୍ଦାଙ୍କୁ ଗୋଟିଏ ସ୍ଥାନରେ ସବୁ ସମାଧାନ ପ୍ରଦାନ କରି ସେମାନଙ୍କୁ କୋ-ୱିନ୍ ଆପ୍ରେ କୋଭିଡ୍-୧୯ ଟିକାକରଣ ପାଇଁ ପଞ୍ଜୀକରଣ କରିବାରେ ସାହାଯ୍ୟ କରିବା ।’’

hiranchal ad1
Leave A Reply

Your email address will not be published.

eight + seven =