ସୁରକ୍ଷାକର୍ମୀ-ମାଓବାଦୀ ମୁହାଁମୁହିଁ, ଦୁଇ ଯବାନ ସହିଦ

0 217

ଛତିଶଗଡ଼: ଛତିଶଗଡ଼ରେ ପୁଣି ଯବାନଙ୍କ ଉପରେ ଆକ୍ରମଣ କଲେ ମାଓବାଦୀ । ଛତିଶଗଡ଼ ନାରାୟଣପୁର ଜିଲ୍ଲା କାଡେମେଟାରେ ମାଓବାଦୀଙ୍କ ଆକ୍ରମଣ । ଆମ୍ବୁସ ଲଗାଇ ଯବାନଙ୍କ ଉପରେ ଆକ୍ରମଣ କଲେ ମାଓବାଦୀ । ଏହି ଆକ୍ରମଣରେ ଦୁଇ ଜଣ ଯବାନ ସହିଦ ହୋଇଥିବା ସୂଚନା । ସହିଦଙ୍କ ମଧ୍ୟରେ ଜଣେ ପୋଲିସ ଏଏସଆଇ ଓ ଅନ୍ୟ ଜଣେ ପ୍ଲାଟୁନ କମାଣ୍ଡର ରହିଛନ୍ତି । ତେବେ ମୃତ୍ୟୁ ଯବାନଙ୍କଠାରୁ ଗୁଳିଗୋଳା ଓ ବନ୍ଧୁକ ଛଡାଇ ନେଇଥିବା ସୂଚନା । ଶୁକ୍ରବାର ମାଲକାନଗିରି-ଛତିଶଗଡ ସୀମାନ୍ତ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ପୋଲିସକୁ ଖବର ମିଳିଥିଲା । ଏହାପରେ ପୋଲିସ ଓ ଯବାନ ମିଳିତ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନଙ୍କୁ ଦେଖି ମାଓବାଦୀମାନେ ଗୁଳି ଚାଳନା କରିଥିଲେ । ଯବାନମାନେ ମଧ୍ୟ ପାଲଟା ଜବାବ ଦେଇଥିଲେ ।ତେବେ ଉଭୟ ପକ୍ଷ ଗୁଳି ବିନିମୟରେ ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । କେତେ ମାଓବାଦୀଙ୍କ ଜୀବନ ଯାଇଛି ସେନେଇ ଏପର୍ୟ୍ୟନ୍ତ ସ୍ପଷ୍ଟ ତଥ୍ୟ ମିଳିପାରି ନାହିଁ ।

hiranchal ad1
Leave A Reply

Your email address will not be published.

fourteen + five =