ଆପୋଲୋ କ୍ୟାନସର ସେଂଟର ଭୁବନେଶ୍ୱର ପକ୍ଷରୁ ପିଙ୍କ ୱାକ୍‌ ଆୟୋଜିତ

0 35

ଭୁବନେଶ୍ୱର: କର୍କଟ ଚିକିତ୍ସା ସେବା ଏବଂ ଯତ୍ନ ପ୍ରଦାନ କ୍ଷେତ୍ରରେ ଦେଶର ଏକ ଅଗ୍ରଣୀ ଘରୋଇ ହସ୍ପିଟାଲ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଆପୋଲୋ ହସ୍ପିଟାଲ ପକ୍ଷରୁ କର୍କଟ ଉପରେ ବିଜୟ ହାସଲ କରିଥିବା ବ୍ୟକ୍ତିମାନଙ୍କର ମନୋବଳ ବଢ଼ାଇବା ଏବଂ କର୍କଟ ପ୍ରତି ଲୋକଙ୍କ ମନରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଭୁବନେଶ୍ୱର ସ୍ଥିତ ଆପୋଲୋ କ୍ୟାନସର ସେଂଟର ପକ୍ଷରୁ ପିଙ୍କ ୱାକ ଆୟୋଜିତ କରାଯାଇଛି । ଏଫଆଇସିସିଆଇ ଏଫ୍‌ଏଲ୍‌ଓ,ଭୁବନେଶ୍ୱର ଏବଂ ଲାୟନ୍ସ କ୍ଲବ ଭୁବନେଶ୍ୱରର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମଗ୍ର ବିଶ୍ୱରେ ସ୍ତନକର୍କଟ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ମହିଳାଙ୍କ ଢେ଼ର ଅଧିକ ।
୨୦୨୦ ମସିହା ସୁଦ୍ଧା ଚିହ୍ନଟ ହୋଇଥିବା ପ୍ରାୟ ୨୩ ଲକ୍ଷ ନୂତନ କର୍କଟ ରୋଗୀଙ୍କ ମଧ୍ୟରେ ୧୧.୭% କେବଳ ସ୍ତନ କର୍କଟ ରୋଗୀ ଅଟନ୍ତି । ଏହା ଫୁସ୍‌ଫୁସ୍‌ କର୍କଟରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟାଠାରୁ ମଧ୍ୟ ଅଧିକ ବୋଲି ଜଣାପଡିଛି । କର୍କଟରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ମହିଳାଙ୍କ ମଧ୍ୟରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ମଧ୍ୟ ସର୍ବାଧିକ । ୨୦୦୦ ମସିହା ସୁଦ୍ଧା ୩ଲକ୍ଷ ୭୫ ହଜାର ମହିଳା ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ୪୫ ବର୍ଷ ବୟସ ବା ଏହାଠାରୁ କମ୍‌ ବୟସର ମହିଳାମାନଙ୍କ ଠାରେ ସାଧାରଣତଃ ସ୍ତନ କର୍କଟ ରୋଗ ହେବା ଆଶଙ୍କା ଅଧିକ । ପ୍ରତି ବର୍ଷ ଭାରତରେ ପ୍ରାୟ ପ୍ରତ୍ୟେକ ଅଂଚଳରେ ସମସ୍ତ ବୟସର ମହିଳାଙ୍କ ଠାରେ ସ୍ତନକର୍କଟର ସଂଖ୍ୟା ବାର୍ଷିକ ୦.୫-୨% ହାରରେ ବୃଦ୍ଧି ପାଇବାରେ ଲାଗିଛି । ୪୫ ବର୍ଷ ବୟସ ଠାରୁ କମ୍‌ ବୟସର ମହିଳାଙ୍କ କ୍ଷେତ୍ରରେ ଏହି ହାର ଅତି ଚିନ୍ତାଜନକ ଭାବେ ବଢ଼ିବାରେ ଲାଗିଛି । ଆମ ରାଜ୍ୟ ଓଡ଼ିଶାରେ ମଧ୍ୟ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଅଧିକ ଏବଂ ଆମ ସାମାଜିକ ଏବଂ ଅର୍ଥନିତିକ ଜୀବନଶୈଳୀ ଯଥା ଖାଦ୍ୟଭ୍ୟାସରେ ପରିବର୍ତ୍ତନ, ଡେରିରେ ବିବାହ, ସନ୍ତାନ ପ୍ରସବରେ ବିଳ ମ୍ବରେ ମାସିକ ଋତୁସ୍ରାବରେ ପରିବର୍ତ୍ତନ ଇତ୍ୟାଦି ହିଁ ଏହାର ପ୍ରମୁଖ କାରଣ ଭାବେ ବିଚାର କରାଯାଉଛି ।

hiranchal ad1
Leave A Reply

Your email address will not be published.

16 + ten =