କୃଷକ ମାନଙ୍କ ସମସ୍ୟାକୁ ନେଇ ବିଭିନ୍ନ ପଞ୍ଚାୟତରେ ଗ୍ରାମ୍ୟ ବୈଠକ

0 50

ନନ୍ଦାହାଣ୍ଡି : ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଗ୍ରାମ୍ୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟକରି ଆସୁଥିବା ଜନ ସୁରକ୍ଷା ମଞ୍ଚ ନବରଙ୍ଗପୁର , ଓଡ଼ିଶା ଗ୍ରାମ ଜିବି ସଂଘ, ମହିଳା ଗ୍ରାମ ଜିବି ମଞ୍ଚ ଓଡ଼ିଶା ଏବଂ ଆତ୍ମ ଶକ୍ତି ଟ୍ରଷ୍ଟ ଦିଗ୍‌ ଦର୍ଶନରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ସିନ୍ଧିଗୁଡା, ମେଣ୍ଟ୍ରୀ, ଡଙ୍ଗରଭେଜା, ନନ୍ଦାହାଣ୍ଡି ଓ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମ ଗୁଡିକରେ କୃଷକ ଓଡ଼ିଶା ଓ ସଫଳ ପୋର୍ଟାଲରେ ଚାଷୀ ମାନଙ୍କର ପଞ୍ଜିକରଣକୁ ନେଇ ପ୍ରତ୍ୟେକ ଗ୍ରାମରେ ୧୦୦ ଜଣ ଚାଷୀଙ୍କୁ ନେଇ ଏକ ସର୍ଭେ କରାଯାଇଥିଲା । ଏହି ୧୦୦ ଜଣଙ୍କ ମଧ୍ୟରୁ ୪୦ ପ୍ରତିଶତ ଚାଷୀ ଏ ପର୍ଯ୍ୟନ୍ତ ପଞ୍ଜିକରଣ କରିନଥିବା ଜଣାପଡିଛି । ଯଦି ଚାଷୀ ପଞ୍ଜିକରଣ କରିନଥିଲେ ସରକାରଙ୍କ ଦ୍ୱାରା ଆସୁଥିବା କୃଷି ସମ୍ପର୍କିତ ସୂଚନା ଓ ସାହାଯ୍ୟରେ ବଞ୍ଚିତ ହେବା ସୁନିଶ୍ଚିତ । ଆଗକୁ ଯେଉଁ ରବି ଫସଲ ନିମନ୍ତେ ବିହନ ତଥା କୀଟନାଶକ ଔଷଧ ଓ କୃଷିରେ ବ୍ୟବହୃତ ହେଉଥିବା ଉପକରଣକୁ ସୁନିଶ୍ଚିତ କଲେ ପାଇବାରେ ସମସ୍ୟା ଉପୁଜି ପାରେ ତେଣୁ ସରକାର ସମସ୍ତ ଚାଷୀ ତାଙ୍କର ପଞ୍ଜିକରଣକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ବ୍ଲକ ଓ ପଞ୍ଚାୟତରେ ପଞ୍ଜିକରଣ ନିମନ୍ତେ କ୍ୟାମ୍ପ କରି ସମସ୍ତ ଚାଷୀଙ୍କ ପଞ୍ଜିକରଣକୁ ସୁନିଶ୍ଚିତ କଲେ ଚାଷୀ ଉପକୃତ ହେବେ । ଆଗାମୀ ଦିନରେ ଏହି ସକଳ ବିଷୟକୁ ସଂଗଠନ ବ୍ଲକ ଜିଲ୍ଲା ଓ ରାଜ୍ୟ ସ୍ତରରେ ମେମୋରେଣ୍ଡମ୍‌ ମାଧ୍ୟମରେ ଉପସ୍ଥାପନା କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଅନିତା ଖୋରା, ରୋଜାଲିନ ସାହୁ, ରିତେଶ ମାଝୀ, ରମେଶ ହରିଜନ, ବିଜୟ ଗୈଡ ଓ ଅଭିମନ୍ୟୁ ଗୈଡ ପରିଚାଳନା କରିଥିବା ବେଳେ ବିଭିନ୍ନ ଗ୍ରାମର ଚାଷୀ ମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 + eighteen =