ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ଅଭିନବ ପ୍ରୟାସ ରକ୍ତ ପରୀକ୍ଷାରୁ ସ୍ତନ କର୍କଟର ଚିହ୍ନଟ

0 41

ଭୁବନେଶ୍ୱର: ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହି ବୈପ୍ଳବିକ ପରିବର୍ତ୍ତନ ଜରିଆରେ କର୍କଟ ରୋଗରୁ ମହିଳାମାନଙ୍କର ମୂଲ୍ୟବାନ ଜୀବନ ରକ୍ଷା କରବା ପାଇଁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପରୀକ୍ଷା ବ୍ୟବସ୍ଥା । ‘ଇଜି ଚେକ୍‌ ବ୍ରେଷ୍ଟ କ୍ୟାନସର୍‌’ କର୍କଟ ରୋଗ ଚିହ୍ନଟ କ୍ଷେତ୍ରରେ ସର୍ବ ବୃହତ ବୈଷୟିକ ସଫଳତା । ଭାରତରେ ଅତ୍ୟାଧୁନିକ ପଦ୍ଧତିରେ କ୍ୟାନସର ଚିକିତ୍ସା ପ୍ରଦାନ କରୁଥିବା ଅଗ୍ରଣୀ ଘରୋଇ ଡାକ୍ତରଖାନା ଆପୋଲୋ ହସ୍ପିଟାଲ ଓ ଡାଟା କ୍ୟାନ୍ସର ଜେନେଟିକ୍ସର ସହଭାଗୀତାରେ ଏହି ବୈପ୍ଳବିକ ରକ୍ତ ପରୀକ୍ଷା ପଦ୍ଧତି ଆରମ୍ଭ ହୋଇଛି । ଏହି ପଦ୍ଧତିରେ ଲକ୍ଷଣବିହୀନ ମହିଳାଙ୍କ ଠାରେ ପ୍ରାଥମିକ ଅବସ୍ଥାରୁ ହିଁ ସ୍ତନ କର୍କଟ ହୋଇଛି କି ନାହିଁ ସ୍ପଷ୍ଟ ଜଣାପଡୁଛି । ଏଥିସହିତ କର୍କଟ ଚିହ୍ନଟ ହେଲେ ସମୟପଯୋଗୀ ଚିକିତ୍ସା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରିବ ବୋଲି ଜଣାପଡିଛି ।
କର୍କଟ ଚିିକିତ୍ସା ଇତିହାସରେ ଏହି ପରୀକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । କର୍କଟ ଜନିତ ସମସ୍ୟା ସମ୍ପର୍କରେ ଆଲୋଚନା ପାଇଁ ସର୍ବଦା ପ୍ରୋତ୍ସାହନ ଦେଉଥିବା ଆପୋଲୋ ହସ୍ପିଟାଲର ନେତୃତ୍ୱରେ ଆପୋଲୋ କର୍କଟ କେନ୍ଦ୍ର ପକ୍ଷରୁ ଏହି ନୂତନ ପଦ୍ଧତିର ଜରିଆରେ ମହିଳାମାନଙ୍କୁ ସ୍ତନ କର୍କଟ ରୋଗରେ ପିଡୀତ ହେବାର ଆଶଙ୍କା ରହିଛି କି ନାହିଁ ଏବଂ ଏହାର ସମ୍ବେଦନଶୀଳତା ବିଷୟରେ ଜାଣିବା ଏବଂ ରକ୍ତ ପରୀକ୍ଷା କରି ଅତି ସହଜରେ ନିଜର ସ୍କ୍ରିନିଂ କରିବାକୁ ନିବେଦନ କରାଯାଇଛି । ଅଳ୍ପ ପରିମାଣର ରକ୍ତର ପରୀକ୍ଷାରୁ ‘ଇଜି ଚେକ୍‌ ବ୍ରେଷ୍ଟ କ୍ୟାନସର୍‌’ ପରୀକ୍ଷରାରେ ପ୍ରାଥମିକ ସ୍ତରରୁ କର୍କଟ ରୋଗର ଚିହ୍ନଟ ଓ ଚିକତ୍ସା ହୋଇପାରିବ । ସଂପ୍ରତି ଭୁବନେଶ୍ୱର ସମେତ ସମସ୍ତ ପ୍ରମୁଖ ଆପୋଲୋ କର୍କଟ କେନ୍ଦ୍ରରେ ଏହି ପଦ୍ଧତିରେ ପରୀକ୍ଷା ଉପଲବ୍ଧ ।
ସମଗ୍ର ବିଶ୍ୱର ସର୍ବାଧିକ ମହିଳା ସ୍ତନ କର୍କଟ ରୋଗରେ ପିଡିତ । ୨୦୨୦ ରେ ସ୍ତନ କର୍କଟ ସଂକ୍ରମଣ ହାର ଫୁସଫୁସ କର୍କଟକୁ ଅତିକ୍ରମ କରିଛି । ୨୦୨୦ରେ ବାର୍ଷିକ ୨୩ ଲକ୍ଷ ନୂଆ ରୋଗୀ ସ୍ତନ କର୍କଟରେ ଆକ୍ରାନ୍ତ ଥିବା ଜଣାପଡିଛି ଯାହାକି ଉକ୍ତ ବର୍ଷର ଚିହ୍ନଟ ହୋଇଥିବା ମୋଟ କର୍କଟ ରୋଗର ୧୧.୭% ଅଟେ । ସମଗ୍ର ବିଶ୍ୱରେ ମହିଳାଙ୍କ କ୍ଷେତ୍ରରେ ହୋଇଥିବା କର୍କଟଜନିତ ମୃତ୍ୟୁ ମଧ୍ୟରୁ ସର୍ବାଧିକ ସ୍ତନ କର୍କଟରେ ଆକ୍ରାନ୍ତ ଥିଲେ । ୨୦୦୦ ମସିହାରେ ପ୍ରାୟ ୩ ଲକ୍ଷ ୭୫ ହଜାର ମହିଳାଙ୍କ ମୃତ୍ୟୁ ଏହି ରୋଗ ପାଇଁ ହୋଇଛି ।
ସ୍ତନ କର୍କଟ ସାଧାରଣତଃ ଅଳ୍ପ ବୟସର ଝିଅ ବା ୪୫ ବର୍ଷ ବୟସର ବା ତା’ଠାରୁ କମ୍‌ ବର୍ଷର ମହିଳାମାନଙ୍କ ଠାରେ ଦେଖାଯାଏ । ଭାରତର ସମସ୍ତ ଅଚଂଳର ମହିଳାମାନଙ୍କ କ୍ଷେତ୍ରରେ ସ୍ତନ କର୍କଟ ହାର ବାର୍ଷିକ ୦.୫-୨% ହାରରେ ବୃଦ୍ଧି ପାଇଛି । ତେବେ ଏଥିମଧ୍ୟରୁ କିନ୍ତୁ ତୁଳନାତ୍କକ ଭାବେ କମ୍‌ ବୟସ ବର୍ଗର (୪୫ ବର୍ଷ ବା ତାଆ ଠାରୁ କମ୍‌ ମହିଳାଙ୍କ ଠାରେ ଦେଖାଯାଉଛି । ଓଡିଶାରେ ସ୍ତନ କର୍କଟର ମାତ୍ରା ସାମାଜିକ-ଅର୍ଥନୈତିକ ଏବଂ ଜୀବନ ଶୈଳୀରେ ହେଉଥିବା ପରିବର୍ତ୍ତନ ଯେପରିକି ବିଳମ୍ବିତ ପ୍ରସବ, ଖାଦ୍ୟପେୟ ପରିବର୍ତ୍ତନ ଏବଂ ମାସିକ ଋତୁସ୍ରାବରେ ପରିବର୍ତ୍ତନ ଇତ୍ୟାଦି ଯୋଗୁଁ ବୃଦ୍ଧି ହୋଇପାରେ ।
ଆପୋଲୋ କର୍କଟ କେନ୍ଦ୍ର ଅଧୀନରେ ଏକ ସ୍ୱତନ୍ତ୍ର ଅଭିଯାନ “ମହିଳାମାନଙ୍କ ଠାରେ କର୍କଟ ସଚେତନତା” ପ୍ରଚାର କରାଯାଉଛି । ଏହି କାର୍ଯ୍ୟକ୍ରମ ଆଗାମୀ କିଛି ମାସ ମଧ୍ୟରେ ସାରା ରାଜ୍ୟରେ ମହିଳାମାନଙ୍କ ପାଇଁ ମାଗଣା କର୍କଟ ସ୍କ୍ରିନିଂ ଶିବିର କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ଦୂରଦୂରାନ୍ତରର ଲୋକମାନେ ଆପୋଲୋ ଡାକ୍ତରଙ୍କ ସହ ନିଜ ଜିଲ୍ଲାରେ ଅତି ସହଜରେ ପରାମର୍ଶ କରିପାରିବେ ।
ଡକ୍ଟର ଆଲୋକ ଶ୍ରୀବାସ୍ତବ ଉଙଙ ଌ ଊଗଝ ଆପୋଲୋ ହସପିଟାଲ୍‌, ଭୁବନେଶ୍ୱର ପ୍ରକାଶ କରିଛନ୍ତି ଯେ, ଆମ ସମାଜରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରବେଶ କର କାର୍ଯ୍ୟ କରୁୁଛନ୍ତି ଏବଂ ତେଣୁ ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ ହେବା ନିଶ୍ଚିତ ଜରୁରୀ । ଏହା ଦ୍ୱାରା ଅନେକ ମହିଳାଙ୍କ ଠାରେ କର୍କଟର ଶୀଘ୍ର ଚିହ୍ନଟ ଏବଂ ଚିକତ୍ସା ତଥା ପ୍ରତିରୋଧ ଦ୍ୱାରା ସ୍ତନ କର୍କଟର ଭୟାବହତା ଠାରୁ ମୂଲ୍ୟବାନ ଜୀବନ ରକ୍ଷା କରିହେବ । ଆପୋଲୋ ହସ୍ପିଟାଲ୍‌ ସମସ୍ତ ଆପୋଲୋ ଡାକ୍ତରଖାନାଗୁଡ଼ିକରେ ଏହି ସେବା ଉପଲବ୍ଧ କରାଇବା ପାଇଁ ଡାଟାର ଜେନେଟିକ୍ସ ସଂସ୍ଥା ସହିତ କାର୍ଯ୍ୟ କରୁଛି ବୋଲି ଶ୍ରୀ ଶ୍ରୀବାସ୍ତଭ କହିଛନ୍ତି ।
“ଆମ କେନ୍ଦ୍ରରେ ଆମେ ମହିଳାମାନଙ୍କ ସମ୍ବନ୍ଧୀୟ କର୍କଟ ରୋଗ ପାଇଁ ମାଗଣା ପରାମର୍ଶ ଏବଂ ସ୍କ୍ରିନିଂ ପାଇଁ ମାସରେ ୨ ଦିନ ଉତ୍ସର୍ଗ କରିବୁ । ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଯନ୍ତ୍ରପାତି ସହିତ ଅତ୍ୟାଧୁନିକ କର୍କଟ କେନ୍ଦ୍ର ଏବଂ ଆମର ଅଙ୍କକଲୋଜିର ସମସ୍ତ ବିଶେଷତ୍ୱରେ ଆମର ଭଲ ତାଲିମପ୍ରାପ୍ତ କ୍ଲିନିକାଲ ବିଶେଷଜ୍ଞଙ୍କ ମାଧ୍ୟମରେ ୩୫୦ଟି ବେଡ୍‌ ବିଶିଷ୍ଟ ଏହି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଠାରେ ଗୋଟିଏ ଛାତ ତଳେ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ସମ୍ପୂର୍ଣ୍ଣ କର୍କଟ ଚିକିତ୍ସା ପାଇଁ ମହିଳାମାନଙ୍କୁ ପରାମର୍ଶ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆପୋଲୋ କର୍କଟ କେନ୍ଦ୍ର-ଭୁବନେଶ୍ୱରରେ ପରାମର୍ଶଦାତା- ରେଡିଏସନ୍‌ ଅଙ୍କୋଲୋଜି ଡା.ସ୍ଥିତି ଦାଶ । ।
“ମହିଳାମାନଙ୍କର କର୍କଟ ସଚେତନତା” କାର୍ଯ୍ୟକ୍ରମରେ ଯୋଗଦେଇ ଆପୋଲୋ ହସ୍ପିଟାଲ ପକ୍ଷରୁ ରାଜ୍ୟର ସମସ୍ତ ରୋଟାରୀଆନ୍‌ ମହିଳାମାନଙ୍କର ମାଗଣା ପରୀକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଇଥିବାରୁ ସମ୍ମତି ପ୍ରଦାନ କରି ଥିବାରୁ ରୋଟାରିୟାନ୍‌ ଜୟଶ୍ରୀ ମହାନ୍ତି ନିଜର ଖୁସି ବ୍ୟକ୍ତ କରିଛନ୍ତି ।

hiranchal ad1
Leave A Reply

Your email address will not be published.

four × 4 =