୪ରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ

0 123

ପୁରୀ : ଭାରତର ନିର୍ବାଚନ ଆୟୋଗ ଓ ରାଜ୍ୟ ନିର୍ବାଚନ ଆୟୁକ୍ତଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲାରେ ଆସନ୍ତା ୪ ତାରିଖରୁ ଅକ୍ଟୋବର ୨୪ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସଂକ୍ଷିପ୍ତ ଫଟୋ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସୁସ୍ଥ ଓ ସୁଦୃଢ ଗଣତନ୍ତ୍ର ତଥା ଭୋଟର ତାଲିକାରେ ସ୍ୱଚ୍ଛତା ଆଣିବା ପାଇଁ ପ୍ରଥମ ଥର ୬(ଖ) ଫର୍ମରେ ଭୋଟର ତାଲିକା ପ୍ରମାଣିକରଣ ଉଦ୍ଦେଶ୍ୟରେ ସମସ୍ତ ଭୋଟର ଆଧାର ନମ୍ବର ସଂଯୋଗ ପାଇଁ ନିବେଦନ କରାଯାଇଛି । ଏହା ସମ୍ପୂର୍ଣ୍ଣ ଗୋପନୀୟ ରଖାଯିବ । ଏଥିସହ କେନ୍ଦ୍ର ଆଇନ୍‌ ଓ ଜଷ୍ଟିସ ବିଭାଗର ଆମେଣ୍ଡମେଣ୍ଟ ଅନୁଯାୟୀ ଏଥର କେବଳ ଜାନୁୟାରୀ ୧ ତାରିଖ ନୁହେଁ ବରଂ ଏପ୍ରିଲ ୧, ଜୁଲାଇ ୧ ଓ ଅକ୍ଟୋବର ୧ ସୁଦ୍ଧା ୧୮ ବର୍ଷ ହୋଇଥିବା ନାଗରିକ ନୂତନ ଭୋଟର ତାଲିକାରେ ନାମ ସଂଯୋଗ କରିପାରିବେ ।

hiring

ପ୍ରଥମ ଥର ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପାଇଁ ଫର୍ମ ୬, ଚଳନ୍ତି ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଯିବା ପ୍ରସ୍ତାବକୁ ଆପତ୍ତି ଓ ନାମକୁ ବାଦ୍‌ ଦେବା ନିମନ୍ତେ ଫର୍ମ ୭ ରେ ଏବଂ ବାସସ୍ଥାନ ସ୍ଥାନାନ୍ତରଣ, ଚଳନ୍ତି ଭୋଟର ତାଲିକା ଅନ୍ତର୍ଭୁକ୍ତ ତଥ୍ୟର ସଂଶୋଧନ , ଏପରିକ ପରିବର୍ତ୍ତନ ପାଇଁ ଫର୍ମ ୮ ରେ ଆବେଦନ କରିବାକୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ଏବଂ ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen + 20 =