କୋଭିଡ-19 ମାହାମାରୀ ଯୋଗୁଁ ଡକାଯାଇଥିବା ଲକଡାଉନ ସମୟରେ ଆଇଓସିଏଲ ଜନସାଧାରଣଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଉଛି

0 162

ଭାରତରେ ଯେତେବେଳେ କୌଣସି ଜାତୀୟ ସମସ୍ୟା କିମ୍ୱା ପ୍ରାକୃତିକ ଦୁର୍ବିପାକର ସମସ୍ୟା ଉପୁଜି ଥାଏ, ଇଣ୍ଡିଆନ ଅଏଲ ଏହାର ସମାଧାନ ପାଇଁ ଆଗେଇ ଆସିଥାଏ । କୋଭିଡ-19 ଲୋକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି । ଇଣ୍ଡିଆ ଅଏଲର ଡେଲିଭରୀ ମ୍ୟାନ/ ପମ୍ପ ଆଟେନଡାଣ୍ଟ (ଶୃଙ୍ଖଳର ଶେଷ ପଦରେ ଥିବା କର୍ମଚାରୀ)ଙ୍କ ପର୍ଯ୍ୟନ୍ତ ସମସ୍ତେ ଦିନ ରାତି କାର୍ଯ୍ୟ କରି ଉପଭୋକ୍ତାଙ୍କ ପାଖକୁ ବିନା ଦ୍ୱିଧାରେ ଏଲପିଜି ଆଦି ପହଂଚାଇବା ପାଇଁ ଚେଷ୍ଠା କରୁଛନ୍ତି । ସମସ୍ତ ସେବା ଯୋଗାଇବା ସହ ସାମାଜିକ ଦୂରତ୍ୱ, ସାନିଟାଇଜରର ବ୍ୟବହାର, ଏବଂ ଅନ୍ୟ ସୁରକ୍ଷା ନିୟମାବଳୀର ସଠିକ ଭାବେ ପାଳନ ମଧ୍ୟ କରୁଛନ୍ତି।
ଇଣ୍ଡିଆନ ଅଏଲର ଏଲପିଜି ସୋରୁମ କର୍ମଚାରୀ, ଗୋଦାମ କିପର, ଏଲପିଜି ମେକାନିକ, ଡେଲିଭରୀ ବଏ, ଟ୍ରକ ଡ୍ରାଇଭର ମାନଙ୍କୁ 5 ଲକ୍ଷ ଟଙ୍କାର ଅନୁଦାନ
ଉଜ୍ଜ୍ୱଲା ଉପଭୋକ୍ତା ମାନେ 01ଏପ୍ରିଲ 2020ଠାରୁ ଆଗାମୀ 3 ମାସ ଯାଏଁ ମାଗଣା ସିଲିଣ୍ଡର ପାଇବେ
ନିରନ୍ତର ଏଲପିଜି ଯୋଗାଣ

ଇଣ୍ଡିଆନ ଅଏଲର ଏଲପିଜି ସୋରୁମ କର୍ମଚାରୀ, ଗୋଦାମ କିପର, ଏଲପିଜି ମେକାନିକ, ଡେଲିଭରୀ ବଏ, ଟ୍ରକ ଡ୍ରାଇଭର ମାନଙ୍କୁ ଅନୁଦାନ:
ଇଣ୍ଡିଆନ ଅଏଲ କର୍ମଚାରୀ ଯେପରିକି ଏଲପିଜି ସୋରୁମ କର୍ମଚାରୀ, ଗୋଦାମ କିପର, ଏଲପିଜି ମେକାନିକ, ଏବଂ ଡେଲିଭରୀ ବଏ, ଖୁଚୁରା ଦୋକାନରେ ଗ୍ରାହକମାନଙ୍କ ଥିବା ଆଟେନଡାଣ୍ଟ, ଟ୍ରକ ଡ୍ରାଇଭରମାନେ ନିଜର ଜୀବନକୁ ସଙ୍କଟରେ ପକାଇ ଉପଭୋକ୍ତା ମାନଙ୍କୁ ନିରନ୍ତର ସେବା ଯୋଗାଉଛନ୍ତି ।
ଏହି ବିପଦ ସମୟରେ ସେବା ଯୋଗାଉଥିବା କର୍ମଚାରୀଙ୍କର କୋଭିଡ-19 ଜନୀତ ଯଦି କୌଣସି କ୍ଷତି ହୁଏ ତେବେ ତାଙ୍କ ସେବା କାର୍ଯ୍ୟକୁ ଦେବା ସମ୍ମାନ ଦେବା ପାଇଁ ଏକକାଳୀନ 5 ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରାଯାଇଛି । ଏହି ରାଶି ତାଙ୍କର ପତି ବା ପତ୍ନୀଙ୍କୁ ପ୍ରଦାନ କରାଯିବ । ପତି ବା ପତ୍ନୀଙ୍କ ଅନୁପସ୍ଥିତିରେ ତାଙ୍କର ପରିବାର ପରିଜନଙ୍କୁ ଏହି ରାଶି ପ୍ରଦାନ କରାଯିବ ।.
ଉଜ୍ଜ୍ୱଲା ଉପଭୋକ୍ତା ଆଗାମୀ 3 ମାସ ଯାଏଁ ମାଗଣା ସିଲିଣ୍ଡର ପାଇବେ:
ଭାରତ ସରକାର ସମସ୍ତ ଉଜ୍ଜ୍ୱଳା ଉପଭୋକ୍ତାମାନଙ୍କୁ ଆଗାମୀ 3 ମାସ ପର୍ଯ୍ୟନ୍ତ ମାଗଣାରେ ଗ୍ୟାସ ରିଫିଲ ଯୋଗାଇବା ପାଇଁ ଘୋଷଣା କରିଛନ୍ତି (01 ଏପ୍ରିଲ୍‌ 2020 ଠାରୁ 30 ଜୁନ 2020 ଯାଏଁ) ।
8 କୋଟି ପିଏମୟୁୱାଇ (ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା) ଉପଭୋକ୍ତାମାନେ 14.2 କେଜି ଏଲପିଜି ସିଲିଣ୍ଡର ପାଇବା ପାଇଁ ଯୋଗ୍ୟ । ସେହି ଅନୁଯାୟୀ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏପ୍ରିଲ 2020ର ଆଗୁଆ ଆରଏସପି(ଖୁଚୁରା ବିକ୍ରି ଦର) ଟ୍ରାନ୍ସଫର (କେବଳ ଏଲପିଜି କିଣିବା ଉଦ୍ଦେଶ୍ୟରେ) କରାଯିବ।
ଜଣେ ଉଜ୍ଜ୍ୱଲା ଉପଭୋକ୍ତା ମାସକୁ ଗୋଟେ ସିଲିଣ୍ଡର ପାଇବା ପାଇଁ ଯୋଗ୍ୟ ।
ଉପଭୋକ୍ତା ଗୋଟିଏ ରିଫିଲ ପାଇବାର 15 ଦିନ ପରେ ହି ଅନ୍ୟ ଏକ ରିଫିଲ ବୁକ କରିପାରିବେ ।
ଏହି ବୁକିଙ୍ଗ ଆଇଭିଆରଏସ କିମ୍ବା ପଞିକୃତ ମୋବାଇଲ ନମ୍ବର ମାଧ୍ୟମରେ ହେବା ଜରୁରୀ ଅଟେ ।
ରିଫିଲର ସିକୃତି କ୍ୟାସ ମେମୋରେ ଦରଖାସ୍ତ ଓ ବ୍ଲୁ ବୁକରେ ଲେଖିବାକୁ ଛାଡି ଓଟିପି/ଲ୍ୟାଟ ଲଙ୍ଗ କ୍ୟାପଚର୍/ଅଣ୍ଡରଟେକିଙ୍ଗ ମାଧ୍ୟମରେ ମଧ୍ୟ ହୋଇପାରିବ ।

ନିରନ୍ତର ଏଲପିଜି ଯୋଗାଣ:

ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରତିନିଧିଙ୍କ ନିର୍ଦ୍ଦେଶ ଅନୁଯାୟୀ ଏଲପିଜି ଯୋଗାଣ ସାଧାରଣ ଭାବେ ଚାଲିଛି । ଏଲପିଜି ଏକ ଅତ୍ୟାବଶ୍ୟକୀୟ ସାମଗ୍ରୀ ହୋଇଥିବାରୁ ଏହାକୁ ଲକଡାଉନରୁ ବାଦ ଦିଆଯାଇଛି । ଏବଂ ପୁରା ଦେଶରେ ଉପଭୋକ୍ତା ମାନଙ୍କୁ ନିରନ୍ତର ଯୋଗାଣ ପାଇଁ କର୍ମଚାରୀମାନେ କାର୍ଯ୍ୟରେ ଯୋଗ ଦେବା ଆବଶ୍ୟକ ।

hiring

ଲକଡାଉନ ସମୟରେ ଏଲପିଜି ଯୋଗାଣ ପାଇଁ ଯଥେଷ୍ଟ ପରିମାଣର ଏଲପିଜି ଉପଲବ୍ଧ ଅଛି ଏବଂ କୌଣସି ଅଭାବ ନାହିଁ । ଉପଭୋକ୍ତା ମାନଙ୍କୁ ଉପଦେଶ ଆତଙ୍କିତ ହୋଇ ଆଗୁଆ କିଣାକିଣି କରି ରଖନ୍ତୁ ନାହିଁ ।

ଏଲପିଜି ଗ୍ରାହକମାନଙ୍କୁ ଉପଦେଶ ଆତଙ୍କିତ ହୋଇ ବୁକିଙ୍ଗ କରନ୍ତୁ ନାହିଁ କିମ୍ବା ଦୋକାନ ଓ ଗୋଦାମ ଆଗରେ ରିଫିଲ ପାଇଁ ଭିଡ କରନ୍ତୁ ନାହିଁ ।

ସେମାନେ ଏସଏମଏସ କିମ୍ବା ଆଇଭିଆରସି ମାଧ୍ୟମରେ ଘରେ ବସି ବୁକିଙ୍ଗ କରିପାରିବେ ଏବଂ ସୁବିଧାରେ ରିଫିଲ ପାଇପାରିବେ, WhatsApp: 75888-88824 କିମ୍ବା ଇଣ୍ଡିଆନ ଅଏଲ ୱାନ ମୋବାଇଲ ଆପ୍ କିମ୍ବା https://cx.indianoil.in ବ୍ୟବହାର କରି ଘର ପାଖକୁ ସିଲିଣ୍ଡର ପାଇପାରିବେ ।

କୋଭିଡ-19 କୁ ଦୃଷ୍ଟିରେ ରଖି ଆବଶ୍ୟକ ନଥିଲେ କାଗଜ ନୋଟର ବ୍ୟବହାର ନକରି ଉପଭୋକ୍ତାମାନଙ୍କୁ ଅନଲାଇନ ପୈଠ କରିବା ପାଇଁ ପ୍ରେରିତ କରାଯାଉଛି । ଏଲପିଜି ସେବା ନମ୍ବର 1906 ମଧ୍ୟ କାର୍ଯ୍ୟକ୍ଷମ ଅଟେ ।

ଏହି ବିପଦ ସମୟରେ ଏଲପିଜି କର୍ମଚାରୀ ଯଥା ସୋରୁମ କର୍ମଚାରୀ, ଗୋଦାମ କିପର, ମେକାନିକ ଏବଂ ଡେଲିଭରୀ ବଏ ମାନେ ନିଃସ୍ୱାର୍ଥପର ଭାବେ କାର୍ଯ୍ୟରେ ଯୋଗ ଦେଉଛନ୍ତି ଏବଂ ପୁରା ଦେଶରେ ନିରନ୍ତର ସେବା ଯୋଗାଇବାକୁ ସୁନିଶ୍ଚିତ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

1 × three =