ଏଣିକି ହାଇକୋର୍ଟରେ ଇ-ଫାଇଲିଂ ଦ୍ୱାରା କରାଯିବ କେସ ଫାଇଲ

0 263

କଟକ : ଇ-ଫାଇଲିଂ ଦ୍ୱାରା ହାଇକୋର୍ଟରେ ଏଣିକି କେସ୍ ଫାଇଲ କରାଯିବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମାମଲାର ଶୁଣାଣି କରାଯିବ । କରୋନ ପାଇଁ ହୋଇଥିବା ଲକଡାଉନ ସମୟରେ ନ୍ୟାୟ ପ୍ରଦାନ ପାଇଁ ଓଡିଶା ହାଇକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏନେଇ ଆଜି ଓଡିଶା ହାଇକୋର୍ଟ ଇ-ଫାଇଲିଂ ଓ ଭିଡିଓ କନଫରେନସିଂ ସ୍କିମ୍ ୨୦୨୦ ଆଇନ ପ୍ରଣୟ କରାଯାଇଛି । ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ହାଇକୋର୍ଟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଆଇନଜିବିମାନେ ଘରେ ରହି ଇ ଫାଇଲିଂ ମାଧ୍ୟମରେ କୋର୍ଟରେ କେସ ଫାଇଲ କରିପାରିବେ । ଏହି ନୂଆ ସ୍କିମ ଅନୁଯାୟୀ ଆଇନଜୀବିମାନେ କୋର୍ଟ ନ ଆସି ୱେବସାଇଟ ମାଧ୍ୟମରେ ରୁଜୁ କରିପାରିବେ । [email protected] ୱେବସାଇଟରେ କେସ ଫାଇଲ କରିପାରିବେ । ସେହିପରି ଭିଡିଓ କନଫରେନ୍ସିଂ ଦ୍ୱାରା ମାମଲା ଶୁଣାଣି କରିବା ସମୟରେ କୌଣସି ସମସ୍ୟା ଉପୁଜିଲେ ହେଲପଲାଇନ ନମ୍ବରରେ(୯୪୩୭୯୦୦୫୫୦)କୁ ଯୋଗାଯୋଗ କରିବାକୁ ହାଇକୋର୍ଟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

sixteen − three =