ଓଡିଶାରେ କରୋନା ମୁକାବିଲା ପାଇଁ ଆଗକୁ ଆସିଲା ଓସିଏ : ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦେଲା ୧କୋଟି

0 1,640

କଟକ:ଓଡିଶାରେ କୋଭିଡ୍‌-୧୯ର ମୁକାବିଲା କରିବାପାଇଁ ଓଡିଶା କ୍ରିକେଟ ଆସୋସିଏସନ ଏକକୋଟି ଟଙ୍କା ପ୍ରଦାନ କରିବାସହ ସରକାରଙ୍କୁ ସହଯୋଗ ପାଇଁ ଆଗକୁ ଆସିଛି । ଓଡିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଓସିଏର ସଂପାଦକ ସଞ୍ଜୟ ବେହେରା ଆଜି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନିଙ୍କ ମାଧ୍ୟମରେ ଚେକ୍ ଯୋଗେ ଏହି ଅର୍ଥ ପ୍ରଦାନ କରିଛନ୍ତି । ଏହାସହ ବାରବାଟୀ ଷ୍ଟାଡିୟମରେ ୧୫୦ ଶଯ୍ୟାବିଶିଷ୍ଟ କ୍ୱାରେଂଟାଇନ ସେଂଟର ହୋଇଥିବାବେଳେ କଟକ କମିଶନରେଟ ପୋଲିସର ରନ୍ଧାଖାଦ୍ୟ ପ୍ରସ୍ତୁତ ପାଇଁ ମଧ୍ୟ ଜାଗା ଯୋଗାଇ ଦେଇଛି ଓସିଏ ।

hiring

ସୁଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ କରୋନା ରିଲିଫ ପାଣ୍ଠିକୁ ବିସିସିଆଇ ୫୧କୋଟି ଟଙ୍କା ଦେଇଥିବାବେଳେ ସେହି ଟଙ୍କା ବିଭିନ୍ନ ରାଜ୍ୟ ଆସୋସିଏସନର ସହାୟତାରେ ପ୍ରଦାନ କରାଯାଇଥିଲା । ସେଥିରେ ଓଡିଶା କ୍ରିକେଟ ଆସୋସିଏସନର ୫୦ ଲକ୍ଷ ଟଙ୍କାର ସହାୟତା ରହିଥିଲା । ଏହାବ୍ୟତୀତ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି ନିଜର କଂପାନୀ ମାଧ୍ୟମରେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ କୋଭିଡ୍‌-୧୯ର ମୁକାବିଲା ପାଇଁ ୧କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ଓଡିଶାରେ କରୋନାର ମୁକାବିଲା ପାଇଁ ସରକାର ଯେକୌଣସି ସାହାଯ୍ୟ ଚାହିଁଲେ ତାହା କରିବାପାଇଁ ଓସିଏ ପ୍ରତିଶ୍ରୁତିବଦ୍ଧ ବୋଲି ଓଡିଶା କ୍ରିକେଟ ଆସୋସିଏସନର ସଂପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି । ଓଡିଶା କ୍ରିକେଟ ଆସୋସିଏସନର ନବନିର୍ବାଚିତ ସଭାପତି ଓ ସଂପାଦକଙ୍କ ଏହି ସହଯୋଗକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

ten + four =