କରୋନା ହସ୍‌ପିଟାଲର ସ୍ଥିତି ପରଖିଲେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ

0 218

ଭଦ୍ରକ: ଭଦ୍ରକରେ କରୋନା ଆକ୍ରାନ୍ତ ଏବଂ ସନ୍ଦିଗ୍ଧଙ୍କ ଚିକିତ୍ସା ନିମନ୍ତେ ପ୍ରସ୍ତୁତ କରାଯାଇଥିବା ସାଳନ୍ଦୀ ହସ୍‌ପିଟାଲର ସ୍ଥିତି ପରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଭଦ୍ରକ ଗସ୍ତରେ ଆସି ଫେରି ଯାଇଛନ୍ତି । ଉଭୟ ସଚିବ ହ୍ୟାଲିକ୍ୟାପ୍ଟର ଯୋଗେ ଭଦ୍ରକ ନେହେରୁ ଷ୍ଟାଡିୟମରେ ଓହ୍ଲାଇ ସିଧା ସଳଖ ସାଳନ୍ଦୀ ହସ୍‌ପିଟାଲକୁ ଯାଇଥିଲେ । ତାଙ୍କୁ ସହିତ ଜିଲ୍ଲାପାଳ ଡ. ଜ୍ଞାନ ଦାସ ହସ୍‌ପିଟାଲରେ ପ୍ରସ୍ତୁତି ସମ୍ପର୍କରେ ସବିଶେଷ ସ୍ଥିତି ଅବଗତ କରାଇଥିଲେ । ସାଳନ୍ଦୀ ହସ୍‌ପିଟାଲ ମୁଖ୍ୟ ଡାକ୍ତର ପ୍ରଭାସ ମହାନ୍ତି ହସପିଟାଲରେ କରୋନା ଚିକିତ୍ସା ନିମନ୍ତେ ୧୨୦ଟି ବେଡ୍ ବ୍ୟବସ୍ଥା କରାଯାଇଥିବା ସୂଚନା ଦେଇଥିଲେ । ସେମାନଙ୍କ ମଧ୍ୟରୁ ସନ୍ଦିଗ୍ଧ ଓ ଆକ୍ରାନ୍ତଙ୍କ ନିମନ୍ତେ ଅଲଗା ବ୍ୟବସ୍ଥା କରାଯାଇଥିବା କହିଥିଲେ । ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଏବଂ ୫ଟି ସଚିବ ଶ୍ରୀ ପାଣ୍ଡିଆନ ସେ ସବୁ ଭିତ୍ତିଭୂମିର ନୀରିକ୍ଷଣ କରିଛନ୍ତି । ପରେ ଏକ ରାଜିନାମା ସାଳନ୍ଦୀ ହସ୍‌ପିଟାଲ ସହିତ ସ୍ୱାକ୍ଷରିତ ହେବ ଏବଂ ଏଠାରେ କରୋନା ଚିକିତ୍ସା କରାଯିବ ବୋଲି ଜଣା ପଡ଼ିଛି ।

hiranchal ad1
Leave A Reply

Your email address will not be published.

twenty − 7 =