କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା

0 95

ବାଲିଗୁଡା: କନ୍ଧମାଳ ପୋଲିସ ପକ୍ଷରୁ କରୋନା ସଚେତନତା ପାଇଁ ପ୍ରଚେଷ୍ଟା ଜାରିରହିଛି । ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରି ଗାଁ ଠୁ ସହର ସବୁଠି ଜନସାଧାରଣଙ୍କୁ ସଚେନତ କରିବାରେ ଲାଗିଛନ୍ତି ବାଲିଗୁଡ଼ା ଏସଡିପିଓ ମାନସ ରଞ୍ଜନ ବାରିକ୍ ଓ ଆଇଆଇସି ପ୍ରଶାନ୍ତ କୁମାର ବେହେରା । ପୋଲିସ କର୍ମଚାରୀଙ୍କ ସହିତ ମିଶି ଗାଁ ଗାଁ ବୁଲି ଅଞ୍ଚଳବାସୀଙ୍କୁ ହାତ ସାବୁନରେ କିଭଳି ଧୋଇବ,ପରସ୍ପର ମଧ୍ୟରେ କଥା ହେବାବେଳେ ସାମାଜିକ ଦୂରତ୍ୱ କିପରି ବଜାୟ ରଖିବ,ଘରୁ ବାହାରିଲା ବେଳେ ମୁହଁରେ ମାସ୍କ ବାନ୍ଧିବା, କାମ ନ ଥିଲେ ଘରୁ ପଦାକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଉଛି । କରୋନା ମୁକାବିଲା ନେଇ ବାଲିଗୁଡ଼ା ଆଇଆଇସି ଗଳିକନ୍ଦି ବୁଲି ସଚେତନତା ଗୀତ ମାଧ୍ୟମରେ ସଚେତନତା କାର୍ଯ୍ୟ ଜାରି ରଖିଛନ୍ତି । ପ୍ରଶାସନ ପକ୍ଷରୁ ମଧ୍ୟ ନିୟମ କଡାକଡି କଡ଼ାକଡ଼ି କରାଯାଇଛି । ଦୁଇ ଚକିଆ ଯାନ, ଚାରି ଚକିଆ ଯାନ ଚଳାଚଳ ଉପରେ ସମ୍ପୂର୍ଣ ରୋକ୍ ଲଗାଯାଇଛି । ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକ ପୋଷ୍ଟ କରାଯିବ ସହ ଗାଡ଼ି ମୋଟର ଯାଞ୍ଚ୍ କରାଯାଉଛି । ନିୟମ ନମାନି ବା‌ହାରେ ବୁଲୁଥିବା ଅମାନିଆଙ୍କୁ ଉଚିତ୍ ଶିକ୍ଷା ମଧ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

twelve − eight =