କରୋନାର ସମ୍ଭାବ୍ୟ ପ୍ରଭାବ ନେଇ ଆକଳନ : ୪୦କୋଟି ଭାରତୀୟ ଦାରିଦ୍ର‌୍ୟରେ ଫଶିବେ

0 117

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମହାମାରୀ କରୋନା ଯୋଗୁଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ବିଶ୍ୱର ଆର୍ଥିକ ବ୍ୟବସ୍ଥା ଭୁଷୁଡିବାକୁ ବସିଲାଣି । କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ବିଶ୍ୱର ବହୁ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ହୋଇଯାଇଛି । ସେହିପରି କଂପାନୀ ମଧ୍ୟ ସେମାନଙ୍କ କର୍ମଚାରୀମାନଙ୍କୁ ଛୁଟିରେ ପଠାଇ ଦେଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିଦେଇଛନ୍ତି । ଫଳରେ ସାରା ବିଶ୍ୱରେ ବର୍ତ୍ତମାନ ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଶହଶହ କୋଟି ଟଙ୍କାର ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଭାଇରସ ଯଦି ଏହିପରି ଭାବେ ଦୀର୍ଘଦିନ ଧରି ବ୍ୟାପୀ ଚାଲେ ତା\’ହେଲେ ଗୁଡାଏ କଂପାନୀ ଦେବାଳିଆ ହେବାର ଆଶଙ୍କା ରହିଛି । ଅନ୍ତର୍ଜାତୀୟ ଶ୍ରମ ସଂଗଠନ(ଆଇଏଲ୍‌ଓ) କରୋନା ପ୍ରଭାବର ଆକାଳନ ରିପୋର୍ଟ ଅନୁଯାୟୀ ୪୦କୋଟି ଭାରତୀୟ ଆଗାମୀ ଦିନରେ ଦାରିଦ୍ର‌୍ୟରେ ଫଶିବେ । ଅର୍ଥାତ୍ ସେମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯିବ । ସେହିପରି ଭାରତରେ ବହୁ ସଂଖ୍ୟାକ ଶ୍ରମିକ ରୋଜଗାର ହରାଇବେ । ଏଭଳି ଏକ ପରିସ୍ଥିତିରେ ପଡିବେ ଯେଉଁଥିରୁ ମୁକୁଳିବା ପାଇଁ ବର୍ଷ ବର୍ଷ ଧରି ସମୟ ଲାଗିଯିବ ବୋଲି ଏହି ରିପୋର୍ଟରେ କୁହାଯାଇଛି । ଆହୁରି ମଧ୍ୟ କୁହାଯାଇଛି ଯେ, ସାରା ବିଶ୍ୱରେ ୧୯କୋଟି ୫୦ଲକ୍ଷ ବ୍ୟକ୍ତି ପୂର୍ଣ୍ଣକାଳୀନ ଚାକିରୀ ହରାଇବେ । ତେଣୁ ଆଗାମୀ ଦିନରେ ବିଶ୍ୱରେ ଅର୍ଥନୈତିକ କ୍ଷେତ୍ରରେ ଏକ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ । କରୋନା ଭାଇରସର ସଂକ୍ରମଣଜନିତ ପ୍ରଭାବ ଏତେ ଭୟଙ୍କର ହେବ ଯେ, ଗୁଡାଏ ଦେଶର ଆର୍ଥିକ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ଭୁଷୁଡି ପଡିବ । ଏପରିକି ଆମେରିକା, ଇଟାଲୀ ଓ ସ୍ପେନ ଭଳି ଦେଶଗୁଡିକ ଭୀଷଣ ଭାବରେ କ୍ଷତିଗ୍ରସ୍ତ ହେବେ । ମୁଖ୍ୟତଃ କରୋନା ଯୋଗୁଁ ୟୁରୋପୀୟ ଦେଶଗୁଡିକ ସବୁଠୁ ଅଧିକ ଆର୍ଥିକ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଆମଦାନୀ, ରପ୍ତାନୀ ଓ ଉତ୍ପାଦନ ଗଭୀର ଭାବରେ ପ୍ରଭାବିତ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

5 × two =