ଡାକ୍ତରଙ୍କ ପୋଷାକ ପିନ୍ଧି ଡ୍ୟୁଟି କରୁଛନ୍ତି ପୁଲିସ

0 121

ଭୋପାଳ: କୋରନାର ମୁକାବିଲା ପାଇଁ ଆଗ ଧାଡିରେ ରହି ଯୁଦ୍ଧ କରୁଥିବା ଲୋକମାନଙ୍କ ମଧ୍ୟରେ ଡାକ୍ତର ଓ ପୁଲିସ ରହିଛନ୍ତି । ପୁଲିସ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ଓ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅହରହ ସଂଗ୍ରାମ କରୁଛନ୍ତି । ତେବେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଥିବାରୁ ସେମାନେ ଏକ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ଡାକ୍ତର ଓ ନର୍ସମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଡାକ୍ତରଖାନାରେ ଯେଭଳି ପୋଷାକ ପିନ୍ଧୁଛନ୍ତି । ଏବେ ଭୋପାଳରେ ପୁଲିସ କର୍ମଚାରୀମାନେ ସେହିଭଳି ପୋଷାକ ପିନ୍ଧି ଡ୍ୟୁଟି କରୁଛନ୍ତି । ଦୂରରୁ ଏହି ପୁଲିସ କର୍ମଚାରୀମାନଙ୍କୁ ଯିଏ ଦେଖିବ ନିଶ୍ଚୟ ଭ୍ରମରେ ପଡିବ । ପୁଲିସ କର୍ମଚାରୀମାନେ କହିଛନ୍ତି ଯେ, ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଡାକ୍ତରମାନେ ଉନ୍ନତମାନର ପୋଷାକ ପିନ୍ଧିଥାନ୍ତି । ଆମେ ବାହାରେ ବୁଲି ଡ୍ୟୁଟି କରୁଥିବାରୁ ଆମ ଜୀବନ ଆମକୁ ମଧ୍ୟ ସଂକ୍ରମଣ ହୋଇପାରେ । ଏହି କାରଣରୁ ଆମେ ଏଭଳି ପୋଷାକ ପିନ୍ଧିବାକୁ ଉଚିତ୍ ମନେ କରୁଛୁ ।

hiranchal ad1
Leave A Reply

Your email address will not be published.

16 + 8 =