ଗୃହବନ୍ଦୀରେ ରୋନାଲ ଡିନୋ

0 88

ପାରାଗୁଏ,: ପ୍ରସିଦ୍ଧ ଫୁଟବଲ ଖେଳାଳି ରୋନାଲ ଡିନୋ ଓ ତାଙ୍କ ଭାଇଙ୍କୁ ଗୃହବନ୍ଦୀରେ ରଖାଯାଇଛି । ଜାଲ୍ ପାସପୋର୍ଟ ବ୍ୟବହାର କରି ସେମାନେ ପାରାଗୁଏ ଦେଶରେ ପ୍ରବେଶ କରିଥିଲେ । ଏହା ଜଣାପଡିବା ପରେ ପ୍ରଥମେ ସେମାନଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇଥିଲା । ଜେଲରେ ସେମାନେ ବିଚାର ପ୍ରକ୍ରିୟା ପାଇଁ ଏକ ମାସ ରହିଥିଲେ । ଆଜି ଅଦାଲତ ରାୟ ଶୁଣାଇ ରୋନାଲ ଡିନୋଙ୍କୁ ଗୃହବନ୍ଦୀ ଭାବେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣା ବିଶ୍ୱ ଫୁଟବଲ ଜଗତରେ ଖୁବ ଚର୍ଚ୍ଚାର ବିଷୟ ହୋଇଛି । ରୋନାଲ ଡିନୋଙ୍କ ଭଳି କିମ୍ବଦନ୍ତୀ ଫୁଟବଲ ଖେଳାଳି କିପରି ଏଭଳି ବେଆଇନ କାର୍ଯ୍ୟକଲେ ତାହା ସମସ୍ତଙ୍କୁ ବିସ୍ମିତ କରିଛି । ଏହି ଘଟଣା ରୋନାଲ ଡିନୋଙ୍କ ଭବିଷ୍ୟତକୁ ଗଭୀର ଭାବରେ ପ୍ରଭାବିତ କରିବ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

2 + 4 =