ରିଲାଏନ୍ସ ଜିଓର ବଡ ଘୋଷଣା, ଦିୱାଲିରୁ ଆରମ୍ଭ ହେବ ୫-ଜି ସେବା

0 92

ନୂଆଦିଲ୍ଲୀ : ୫-ଜି ଇଣ୍ଟରନେଟକୁ ଅପେକ୍ଷା କରୁଥିବା ଉପଭୋକ୍ତାମାନଙ୍କ ପାଇଁ ଏକ ଖୁସି ଖବର ଆସିଛି । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ର ବାର୍ଷିକ ସାଧାରଣ ସଭାରେ ୫ଜି ସେବା ଆରମ୍ଭ ବିଷୟରେ ମୁକେଶ ଅମ୍ବାନୀ ଏକ ବଡ ଘୋଷଣା କରିଛନ୍ତି । ମୁକେଶ ଅମ୍ବାନୀ କହିଛନ୍ତି ଯେ ଚଳିତ ବର୍ଷ ଦିୱାଲୀରେ ଜିଓ ୫ ଜି ସେବା ଆରମ୍ଭ ହେବ । ପ୍ରାରମ୍ଭରେ କମ୍ପାନୀ ଦିଲ୍ଲୀ, ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଜିଓ ୫ଜି ସେବା ଆରମ୍ଭ କରିବ । ଡିସେମ୍ବର ୨୦୨୩ ସୁଦ୍ଧା କମ୍ପାନୀ ସାରା ଦେଶରେ ଜିଓ ୫-ଜି ଇଣ୍ଟରନେଟ୍‌ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

hiranchal ad1
Leave A Reply

Your email address will not be published.

one × 4 =