ଦୁର୍ଦ୍ଦନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ

0 536

ପୁରୀ : ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ । ଜେଲ ଭିତରେ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । ତେବେ କାହିଁକି ଏହି ଘଟଣା ଘଟିଲା ତାର ତଦନ୍ତ ଚାଲିଛି ବୋଲି ପୁରୀ ଜେଲ ସୁପରିଣ୍ଟେଣ୍ଡ୍‌ ସୂଚନା ଦେଇଛନ୍ତି । ଗତ ୨୩ ତାରିଖରେ ଦାଦାବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା । ପୂର୍ବରୁ ପପୁ ବରାଳ ନାମରେ ପୁରୀର ବିଭିନ୍ନ ଥାନା ରେ ୨୦ରୁ ଅଧିକ ମାମଲା ରହିଛି । ଏ ନେଇ ପୁରୀ ପୋଲିସ ପକ୍ଷରୁ ତା ନାଁରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା । ୪୫ ବର୍ଷୀୟ ପପୁର ଅନ୍ୟ ନାମ ହେଉଛି ଧୀରେନ୍ଦ୍ର ନାଥ ବରାଳ । ତେବେ ପପୁକୁ ଜୀବନରେ ମାରିଦେବାକୁ ଜେଲ ଭିତରେ ଷଡ଼ଯନ୍ତ୍ର ହୋଇଥିବା ତାଙ୍କ ପାରିବାର ଲୋକେ ଅଭିଯୋଗ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନେବାକୁ ଆହତ ପପୁଙ୍କ ଭଉଣୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × three =