ବାଲିଗୁଡା ଏନ୍‌ଏସିର ଦୁର୍ନୀତି ବିରୋଧରେ ନଗର କଂଗ୍ରେସ ପକ୍ଷରୁ ଏନ୍‌ଏସି ଅଫିସ ଘେରାଉ

0 393

ବାଲିଗୁଡ଼ା: ବାଲିଗୁଡା ଏନ୍‌ଏସିରେ ଦିନକୁଦିନ ଦୁର୍ନୀତି ବଢିବାକୁ ଲାଗିଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଲାଞ୍ଚ କାରବାର,ମୁକ୍ତା ଯୋଜନାରେ ଘୋଟଲା, ପାନୀୟ ଜଳର ଅବ୍ୟବସ୍ଥା,ପରିମଳ ବ୍ୟବସ୍ଥା ବିପର୍ଯ୍ୟୟ, ଭୂମିହୀନଙ୍କୁ ସ୍ଥାୟୀ ପଟ୍ଟା ଯୋଗାଇ ନଦେବା ଆଦି ଆଠ ଦଫା ଦାବୀ ଓ ଦୁର୍ନୀତିର ଭିଜିଲାନ୍ସ ସ୍ତରୀୟ ତଦନ୍ତ ପାଇଁ ଆଜି ବାଲିଗୁଡ଼ା ନଗର କଂଗ୍ରେସ ସଭାପତି ସ୍ୱପ୍ନେଶ୍ୱର ସାହୁ, ବ୍ଲକ ସଭାପତି ଆଇବର ନାୟକ ଏବଂ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଦିବାସୀ ମହାବିଦ୍ୟାଳୟ ସମ୍ମୁଖରୁ ଏକ ବିଶାଳ ରାଲିରେ ଶତାଧିକ କଂଗ୍ରେସ କର୍ମୀ ବାହାରି ଏନ୍‌ଏସି କାର୍ଯ୍ୟାଳୟ ନିକଟରେ ପହଁଚିବା ପରେ ଗେଟରେ ଧସେଇ ପଶି ହଟ୍ଟଗୋଳ କରି କାର୍ଯ୍ୟନିର୍ବାହୀ ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ରଙ୍କୁ ଘେରି ଯାଇଥିଲେ ଏବଂ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ଏନ୍‌ଏସି କର୍ତ୍ତୃପକ୍ଷ ଶାଶକ ଦଳର ହାତ ବାରିସୀ ସାଜି ଠିକାଦାର କାର୍ଯ୍ୟ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜେଡି କର୍ମୀଙ୍କୁ ପ୍ରାଧାନ୍ୟ ଦେଇ ଅନ୍ୟ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ଅଭିଯୋଗ କରିଛି । ଏଥିସହିତ ଯଥାଶୀଘ୍ର ସମସ୍ତ ଦାବୀ ପୁରଣ ନହେଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ଏବଂ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ନଗର କଂଗ୍ରେସ ସଭାପତି ସ୍ୱପ୍ନେଶ୍ୱର ସାହୁ, ବ୍ଲକ ସଭାପତି ଆଇବର ନାୟକ ଏବଂ ସାଂସଦ ପ୍ରାର୍ଥୀ ମନୋଜ ଆଚାର୍ଯ୍ୟଙ୍କ ସମେତ ଶତାଧିକ କର୍ମୀ ।

hiranchal ad1
Leave A Reply

Your email address will not be published.

ten + 9 =