ଶେୟାର ବଜାରରେ ପୁଣି ବଡ଼ ବିପର୍ଯ୍ୟୟ : ମୁଣ୍ଡରେ ହାତଦେଲେଣି ନିବେଶକ

0 48

ମୁମ୍ବାଇ: ଭାରତର ଶେୟାର ବଜାର ସ୍ଥିତିକୁ ନେଇ ନିବେଶକମାନେ ଏବେ ମୁଣ୍ଡରେ ହାତ ଦେଲେଣି । କାରଣ ଲଗାତାରଭାବେ ବଜାର ଆଶ୍ଚର୍ଯ୍ୟଜନକ ଘାଟାର ଶିକାର ହୋଇଚାଲିଛି । ଆଜି ପୁଣି ଏହି ବଜାରରେ ଘଟିଛି ବଡ଼ ବଡ଼ ବିପର୍ଯ୍ୟୟ,ଯାହାକୁ ନେଇ ନିବେଶକ ଘୋର ସଙ୍କଟରେ ପଡ଼ିଛନ୍ତି । ଆଜି ବମ୍ବେ ଷ୍ଟକ୍‌ ଏକ୍ସଚେଂଜ ସୂଚକାଙ୍କ ଏକ ହଜାର ପଏଣ୍ଟ ହ୍ରାସ ପାଇଛି । ସେହିପରି ନିଫଟି ସୂଚକାଙ୍କ ମଧ୍ୟ ୧୭ ହଜାର ତଳକୁ ଚାଲି ଆସିଛି । ଗତ କିଛି ଦିନ ଧରି ମାର୍କେଟରେ ମାନ୍ଦାବସ୍ଥା ନିବେଶକଙ୍କ ଚିନ୍ତା ବଢାଇଛି । ଏପରି ମାନ୍ଦା ଅବସ୍ଥା ବିଶ୍ୱର ବିଭିନ୍ନ ଦେଶ ସହ ଏସିଆର ଷ୍ଟକ ମାର୍କେଟକୁ ମଧ୍ୟ ପ୍ରଭାବିତ କରିଛି । ଆଜି କାରବାର ଆରମ୍ଭରୁ ବମ୍ବେ ଷ୍ଟକ ଏକ୍ସଚେଂଜ ୧୦୧୧ ପଏଣ୍ଟ ଖସି ୫୬ ହଜାର ୮୪୭ ପଏଣ୍ଟରେ ପହଞ୍ଚିଛି । ନିଫଟି ସୂଚକାଙ୍କ ମଧ୍ୟ ୧୮୦ ପଏଣ୍ଟ ଖସି ୧୬ ହଜାର ୯୯୮ ପଏଣ୍ଟରେ ରହିଛି । ଷ୍ଟକ ମାର୍କେଟର ପଏଣ୍ଟ ନିୟମିତ ହ୍ରାସ ପାଉଥିବାରୁ ଅନେକ ନିବେଶକ ଦୀର୍ଘ ଗୋଟିଏ ସପ୍ତାହ ହେଲାଣି କ୍ଷତି ସହିବାରେ ଲାଗିଛନ୍ତି । ଆସନ୍ତା ମାର୍ଚ୍ଚ ମାସରୁ ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାର ବୃଦ୍ଧି କରିବାକୁ ସଙ୍କେତ ଦେଇଛି । ସେହିପରି ରୁଷ ଓ ୟୁକ୍ରକ୍‌ରେନ ମଧ୍ୟରେ ତିକ୍ତତା ବଢୁଛି । ଏହି ସବୁ ଘଟଣାର ପ୍ରଭାବ ଭାରତୀୟ ଷ୍ଟକ୍‌ ମାର୍କେଟରେ ଉପରେ ମଧ୍ୟ ପଡିଛି । ଖାସ ଏହି କାରଣରୁ ଷ୍ଟକ ମାର୍କେଟ ହ୍ରାସ ପାଇବାରେ ଲାଗିଛି । ଗୁରୁବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ଶେୟାର ସେନ୍‌ସେକ୍ସ ୯୯୦ ପଏଣ୍ଟ ହ୍ରାସ ପାଇ ୫୬,୮୬୮ରେ ଖୋଲିଥିଲା । କିଛି ସମୟ ମଧ୍ୟରେ ଏହା ୧୦୧୧ ପଏଣ୍ଟ ଖସି ୫୬,୮୪୭ ଛୁଇଁଛି । ସେହିପରି ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଘଝଋ)ର ନିଫଟି ସୂଚକାଙ୍କ ୨୯୧ ପଏଣ୍ଟ ହ୍ରାସ ସହ ୧୬,୯୮୬ରେ କାରବାର ଆରମ୍ଭ କରିଥିଲା । ବର୍ତ୍ତମାନ ସେନ୍‌ସେକ୍ସ ୧୧୫୪ ପଏଣ୍ଟ ହ୍ରାସରେ ଚାଲିଛି । ନିଫଟି ମଧ୍ୟ ୩୧୯ ପଏଣ୍ଟ କମିଛି ।

hiranchal ad1
Leave A Reply

Your email address will not be published.

8 − four =