ଅପହୃତ ଯୁବକଙ୍କୁ ଫେରାଇଲା ଚୀନ୍‌

0 39

ନୂଆଦିଲ୍ଲୀ: ଶେଷରେ ଉଦ୍ଧତ ଚୀନ ମୁଣ୍ଡ ନୂଆଁଇଛି । ଅପହରଣ କରିନେଇଥିବା ଭାରତୀୟ ନାଗରିକଙ୍କୁ ଚୀନ ଫେରାଇଛି । ସାତ ଦିନ ତଳେ ଚୀନର ପିଏଲଏ ଅରୁଣାଚଳ ପ୍ରଦେଶର ତରୁନ ମିରମଙ୍କୁ ଅପହରଣ କରିନେଇଥିଲା । ଭାରତ ସରକାରଙ୍କ ଚାପ ଓ ଚେତାବନୀ ପରେ ଆଜି ‘ପିପୁଲ୍ସ୍‌ ଲିବରେସନ୍‌ ଆର୍ମି’ ଭାରତୀୟ ସେନାକୁ ହସ୍ତାନ୍ତର କରିଛି । ତାଙ୍କର ଡାକ୍ତରୀ ପରୀକ୍ଷା ସମେତ ବିହିତ ପ୍ରକ୍ରିୟା ଚାଲିଛି ବୋଲି କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ଆଜି କହିଛନ୍ତି । ଅରୁଣାଚଳ ପ୍ରଦେଶର ସିୟୁଙ୍ଗଲା ଅନ୍ତର୍ଗତ ଲୁଙ୍ଗଟା ଜୋର ଅଞ୍ଚଳର ୧୭ ବର୍ଷିୟ ମିରାମ୍‌ ତାରୋନ୍‌ ଜାନୁଆରି ୧୮ ତାରିଖ ମଙ୍ଗଳବାର ଦିନ ନିରୁଦ୍ଦିଷ୍ଟ ହୋଇଯାଇଥିବା ରିପୋର୍ଟ ହୋଇଥିଲା । ଅରୁଣାଚଳ ସାଂସଦ ତାପିର ଗାଓ ଅଭିଯୋଗ କରିଥିଲେ ଯେ, ମିରାମ୍‌ ତାରୋନ୍‌ଙ୍କୁ ଭାରତୀୟ ଅଞ୍ଚଳରୁ ‘ପିଏଲ୍‌ଏ’ ଅପହରଣ କରି ନେଇଛନ୍ତି । ସୂଚନା ପାଇବାକ୍ଷଣି ଭାରତୀୟ ସେନା ଅବିଳମ୍ବେ ହଟ୍‌ଲାଇନ୍‌ ଯୋଗେ ‘ପିଏଲ୍‌ଏ’ ଜରିଆରେ ଯୋଗଯୋଗ କରି ଜଣାଇଥିଲେ କି, ଚେରମୂଳି ଏବଂ ଶିକାର କରୁଥିବା ତରୁଣଟିଏ ବାଟବଣା ହୋଇଯାଇଛି । ତା’ର ସନ୍ଧାନ ମିଳୁନାହିଁ । ଚୀନ୍‌ ପାର୍ଶ୍ୱ ଅଞ୍ଚଳରେ ତାକୁ ଖୋଜାଖୋଜି କରି ଠାବ କରିବା ପାଇଁ ‘ପିଏଲ୍‌ଏ’ର ସାହାଯ୍ୟ ଲୋଡାଯାଇଥିଲା । ନିରୁଦ୍ଦିଷ୍ଟ ହୋଇଯାଇଥିବା ଅରୁଣାଚଳ ପ୍ରଦେଶର ତରୁଣଙ୍କୁ ଚୀନ୍‌ର ‘ପିପୁଲ୍‌ସ୍‌ ଲିବରେସନ୍‌ ଆର୍ମି’ (ପିଏଲ୍‌ଏ) ପାଇଥିବା କଥା ୨୩ ତାରିଖ ଦିନ ଭାରତୀୟ ସେନା କହିଥିଲା ।

hiranchal ad1
Leave A Reply

Your email address will not be published.

seven − one =