ମାର୍ଚ୍ଚରେ ଘଟିବ ଏହି ମହାଜାଗତିକ ଘଟଣା

0 61

ୱାସିଂଟନ୍‌ : ମହାକାଶରେ ଏଭଳି ବହୁ ଘଟଣା-ଅଘଟଣା ଘଟୁଛି,ଯାହା ସଂପର୍କରେ ଆମେ ଖୁବ କମ ଜାଣିପାରୁଛେ । ବେଳେବେଳେ ବୈଜ୍ଞାନିକମାନେ ମଧ୍ୟ ଜାଣିପାରୁ ନାହାନ୍ତି । ବହୁ ବିଳମ୍ବରେ ଘଟଣା ସାମ୍ନାକୁ ଆସୁଛି । ଏବେ ବୈଜ୍ଞାନିକମାନେ ସେହିଭଳି ଏକ ଘଟଣାର ସୂଚନା ଦେଇଛନ୍ତି,ଯାହା ଅତ୍ୟନ୍ତ ରୋମାଞ୍ଚକର ଓ ଆଶ୍ଚର୍ଯ୍ୟ ହେଲାଭଳି । ସୂଚନାଟି ହେଉଛି ଯେ ଆସନ୍ତା ମାର୍ଚ୍ଚ ମାସରେ ଏକ ବଡ଼ଧରଣର ମହାଜାଗତିକ ଘଟଣା ଘଟିବାକୁ ଯାଉଛି । ସେହିମାସରେ ଚନ୍ଦ୍ର ସହ ମାଡ ହେବ ଏକ ରକେଟର ଏକ ଅଂଶ,ଯାହାକୁ ବୁଷ୍ଟର କୁହାଯାଉଛି । ଜ୍ୟୋତିର୍ବିଜ୍ଞାନୀ ବିଲ୍‌ ଗ୍ରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମହାଶୂନ୍ୟରେ ପରିତ୍ୟକ୍ତ ହୋଇ ଘୂରୁଥିବା ସ୍ପେସ୍‌ଏକ୍ସ୍‌ ରକେଟ୍‌ର ଦ୍ୱିତୀୟ ଅଂଶଟି ମାର୍ଚ୍ଚ ମାସରେ ଚନ୍ଦ୍ରପୃଷ୍ଠରେ ଧକ୍କାଖାଇ ପଡିଯିବ । ‘ଡିପ୍‌ ସ୍ପେସ୍‌ କ୍ଲାଇମେଟ୍‌ ଅବ୍‌ଜର୍‌ଭେଟରି’ (ଡିସ୍‌କଭର୍‌) ନାମରେ ‘ନାସା’ର ଗୋଟାଏ କୃତ୍ରିମ ଉପଗ୍ରହକୁ କକ୍ଷପଥରେ ସ୍ଥାପନ କରିବା ଲାଗି ୨୦୧୫ରେ ସେ ରକେଟ୍‌ଟିକୁ ଉତ୍‌କ୍ଷେପଣ କରାଯାଇଥିଲା । ସେବେଠାରୁ ସେ ରକେଟ୍‌ର ଦ୍ୱିତୀୟସ୍ତର ବା ‘ବୁଷ୍ଟର୍‌’ ନିଜ ଇଚ୍ଛାନୁସାରେ କକ୍ଷପଥ କରି ଘୂରିବୁଲୁଛି, ଯାହାକୁ ଗାଣିତିକମାନେ ‘କେଓଟିକ୍‌ ଅର୍ବିଟ୍‌’ ବୋଲି କହୁଥିବା କଥା ଜ୍ୟୋତିର୍ବିଜ୍ଞାନୀ ବିଲ୍‌ ଗ୍ରେ ଗଣମାଧ୍ୟମକୁ କହିଛନ୍ତି । ଏହି ମହାକାଶ ଆବର୍ଜନା ଚନ୍ଦ୍ରପୃଷ୍ଠରେ ‘କ୍ରାସ୍‌’ କରିବ ବୋଲି ଗ୍ରେ ହିଁ ଗଣନା କରି କହିଛନ୍ତି । ରକେଟ୍‌ର ଏହି ବୁଷ୍ଟର୍‌ଟି ଜାନୁଆରି ମାସରେ ଚନ୍ଦ୍ର ନିକଟ ଦେଇ ଅତିକ୍ରମ କରିବା ବେଳେ ତା’ର କକ୍ଷପଥ ବଦଳାଇଥିଲା । ତେଣୁ, ଏହା ମାର୍‌ଚ ୪ ତାରିଖ ଦିନ ଘଣ୍ଟାପ୍ରତି ୯୦୦୦ କିଲୋମିଟର୍‌ ବେଗରେ ଚନ୍ଦ୍ରର ‘ଅନ୍ଧକାର ପାର୍ଶ୍ୱ’ରେ ଧକ୍କାଖାଇ ଖସି ପଡିବ । ସ୍ଥାନ ପରିବର୍ତ୍ତ ହେବାର ସମ୍ଭାବନା ଥିବାରୁ ତାହା ନିର୍ଦ୍ଧାରିତ ସ୍ଥାନରେ ନ ‘କ୍ରାସ୍‌’ ନ କରିପାରେ । ନିର୍ଦ୍ଧାରିତ ସ୍ଥାନରେ ନ ‘କ୍ରାସ୍‌’ ନ କରି ବୋଲି ଗ୍ରେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =