ଏହି ବିରଳ କାମ କରି ଦେଖାଇଦେଲେ ବିଶେଷଜ୍ଞ ଟିମ୍‌

0 46

ୱାଶିଂଟନ: ଚିକିତ୍ସା ବିଜ୍ଞାନରେ ଅନେକ ଆଶ୍ଚର୍ଯ୍ୟଜନକ ଓ ଚମକ୍ରାର ଉପଲବ୍ଧି ହାସଲ କରିଛନ୍ତି ଆମ ବୈଜ୍ଞାନିକମାନେ । ନୂଆ ଟେକନୋଲୋଜି ଜନ୍ମଲାଭ କରିଛି । ଏହିସବୁ ଟେକନୋଲୋଜି ସାହାଯ୍ୟରେ ଡାକ୍ତର ତଥା ବିଶେଷଜ୍ଞମାନେ ବହୁ ଅସାଧ୍ୟ କାର୍ଯ୍ୟକୁ ସାଧିତ କରିପାରୁଛନ୍ତି । ଫଳରେ ମାନବ ସମାଜର ଅନେକ କଲ୍ୟାଣ ସାଧିତ ହୋଇପାରୁଛି । ପଶୁ ହେଉ କି ମଣିଷ,ସେମାନଙ୍କ ଠାରେ ଦେଖାଦେଉଥିବା ଜଟିଳ ଓ ସାଂଘାତିକ ରୋଗର ସଫଳ ଚିକିତ୍ସା କରାଯାଇ ପାରୁଛି । ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ ରୋପଣ କରାଯାଇପାରୁଛି । ଆମକୁ ଯେଉଁଟି ଅସମ୍ଭବ ବୋଲି ମନେହେଉଛି,ତାହା ଡାକ୍ତରମାନେ ଏହି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ତଥା କୌଶଳ ବଳରେ ସମ୍ଭବ କରିପାରୁଛନ୍ତି । ଏହାକୁ କୁହାଯାଇଥାଏ ବିରଳ ଉପଲବ୍ଧି । ସେହିଭଳି ଏକ ବିରଳ ଉପଲବ୍ଧି ହାସଲ କରିଛନ୍ତି ଏକ ଆମେରିକୀୟ ବିଶେଷଜ୍ଞ ଟିମ୍‌ । ଏହି ୫ଟି ଔଷଧକୁ ଏକତ୍ର ପୟୋଗ କରି ବେଙ୍ଗଟିଏ ହରାଇଥିବା ପଛ ଗୋଡକୁ ପୁଣି କଅଁଳାଇବାରେ ସମର୍ଥ ହୋଇଛନ୍ତି । ବର୍ତ୍ତମାନ ସେମାନେ ମଣିଷ କ୍ଷେତ୍ରରେ ଏହି ବିଦ୍ୟା ପ୍ରୟୋଗ କରିବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଆଘାତ ଯୋଗୁ ଏହି ଆଫ୍ରିକୀୟ ବେଙ୍ଗ ତା’ର ଗୋଡଟିଏ ହରାଇଥିଲା । ଆହତ ଅଂଶଟିକୁ ୫ଟି ଔଷଧ ମିଶ୍ରିତ ପ୍ରୋଟିନ୍‌ ଜେଲି ଭରା ‘ସିଲିକନ୍‌ କ୍ୟାପ୍‌’ରେ ବନ୍ଦ କରି ରଖାଯାଇଥିଲା । ମିଶ୍ରିତ ଔଷଧଗୁଡିକ ହେଉଛି ମସ୍ତିଷ୍କରୁ ନିଷ୍କାସିତ ‘ନ୍ୟୁଟ୍ରୋଫିକ୍‌ ଫ୍ୟାକ୍ଟର୍‌’, ୧,୪-ଡିହାଇଡ୍‌ରୋଫେନନ୍‌ଥ୍ରଲିନ୍‌ ୪-୧-୩ କାର୍ବାକ୍ସିଲିକାସିଡ୍‌, ରିଜୋଲ୍‌ଭିନ୍‌ ଡି୫, ଗୋଟିଏ ପ୍ରକାର ବର୍ଦ୍ଧକ ହର୍ମୋନ୍‌ ଏବଂ ରେଟିନୋଇକ୍‌ ଏସିଡ୍‌ । ପ୍ରଦାହ ହ୍ରାସ କରିବା ଏବଂ ସ୍ନାୟୁ ତନ୍ତୁ, ରକ୍ତବାହୀ ଶିରା ଏବଂ ମାଂସପେଶୀ ବୃଦ୍ଧିରେ ସହାୟକ ହେଲା ଭଳି କାର୍ଯ୍ୟ କରୁଥିବା ପ୍ରତ୍ୟେକ ଔଷଧକୁ ଭିନ୍ନ ଉଦ୍ଦେଶ୍ୟରେ ପ୍ରୟୋଗ କରାଯାଇଥିଲା । ଏହା ପରେ ଉକ୍ତ ‘ବାୟୋ ଡୋମ୍‌’କୁ ସଲ୍ୟୁସନ୍‌ ଦ୍ୱାରା ମୁଦ କରି ରଖାଯାଇଥିଲା । ପରେ ପରେ ଛିଡି ଯାଇଥିବା ଅଙ୍ଗର ପୁନର୍ବର୍ଦ୍ଧନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଦେଢବର୍ଷ ପରେ ବେଙ୍ଗଯି ତାର ଗୋଡ଼ ଫେରିପାରିଥିଲା ।

hiranchal ad1
Leave A Reply

Your email address will not be published.

eleven + 18 =