ଟାଟା ହାତକୁ ଗଲା ଏୟାର ଇଣ୍ଡିଆ

0 70

ନୂଆଦିଲ୍ଲୀ: ଆଜି ଔପଚାରିକ ଭାବେ କେନ୍ଦ୍ର ସରକାର ‘ଏୟାର୍‌ ଇଣ୍ଡିଆ’କୁ ଟାଟା ଗ୍ରୁପକୁ ହସ୍ତାନ୍ତର କରିଛନ୍ତି । ଏଥିପାଇଁ କିଛିଦିନ ତଳେ ଔପଚାରିକତା ପ୍ରକ୍ରିୟା ସଂପନ୍ନ ହୋଇଥିଲା । ହସ୍ତାନ୍ତର ହେବା ପୂର୍ବରୁ ଆଜି ‘ଟାଟା ସନ୍‌ସ୍‌’ର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଥିବା ଜଣାପଡ଼ିଛି । ଆଜି ‘ଏୟାର୍‌ ଇଣ୍ଡିଆ ବୋର୍ଡ’ ଇସ୍ତଫା ଦେବା ପରେ ‘ଟାଟା ନୋମିନି’ମାନେ ବୋର୍ଡରେ ଥିବା ସରକାରୀ ସଦସ୍ୟମାନଙ୍କ ସ୍ଥାନ ପୂରଣ କରିବେ ବୋଲି ଜଣାପଡିଛି । ଗତବର୍ଷ ଅକ୍ଟୋବର ମାସରେ ଭାରତ ସରକାର ‘ଏୟାର୍‌ ଇଣ୍ଡିଆ’କୁ ଟାଟାର ‘ଟଲେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌’କୁ ୧୮,୦୦୦ କୋଟି ଟଙ୍କାରେ ବିକ୍ରୟ କରିଥିଲେ । ‘ଏୟାର୍‌ ଇଣ୍ଡିଆ’ରେ ଥିବା ସମୁଦାୟ ୧୪୧ଟି ବିମାନରୁ ୯୯ଟି ମାଲିକାନାରେ ଥିବାବେଳେ ୪୨ଟି ବିମାନ ଲିଜ୍‌ରେ ଅଧିଗ୍ରହଣ କରାଯାଇଥିଲା । ବାସ୍ତବରେ ଏହି ଏୟାର୍‌ଲାଇନ୍‌କୁ ଟାଟା କମ୍ପାନି ୧୯୩୨ ମସିହାରେ ‘ଟାଟା ଏୟାର୍‌ଲାଇନ୍‌ସ୍‌?’ ନାମରେ ସ୍ଥାପନ କରିଥିଲା । ପରେ ୧୯୪୬ରେ ‘ଏୟାର୍‌ ଇଣ୍ଡିଆ’ ଭାବେ ଏହାର ପୁନଃନାମକରଣ କରାଯାଇଥିଲା । ୧୯୫୩ ମସିହାରେ ‘ଏୟାର୍‌ ଇଣ୍ଡିଆ’ ଭାରତ ସରକାରଙ୍କ ନିୟନ୍ତ୍ରଣକୁ ଚାଲିଯାଇଥିଲେ ସୁଦ୍ଧା ୧୯୭୭ ପର୍ଯ୍ୟନ୍ତ ଜେଆର୍‌ଡି ଟାଟା ଏହାର ଅଧ୍ୟକ୍ଷ ଥିଲେ ।

hiranchal ad1
Leave A Reply

Your email address will not be published.

two × four =