ଶସ୍ତା ହେଲା ସୁନା

0 106

ନୂଆଦିଲ୍ଲୀ : ଏବେ ବାହାଘର ସିଜିନ ଚାଲିଛି । ତେଣୁ ସୁନାର ଭାଉ କାହିଁରେ କ’ଣ । ଧନୀମାନଙ୍କ ପାଇଁ ଚିନ୍ତାର କାରଣ ନାହିଁ,କିନ୍ତୁ ମଧ୍ୟବିତ୍ତ ବର୍ଗର ଗ୍ରାହକମାନେ ଆଶା କରୁଛନ୍ତି,ସୁନା ରେଟ କେମିତି ଟିକେ କମନ୍ତା କି । ସେମାନଙ୍କ ଆଶା ଏବେ କିଛିଟା ସାକାର ହୋଇଛି । ସୁନା ମୂଲ୍ୟ କମିଛି । ଉଭୟ ଫ୍ୟୁଚର ବଜାର ଓ ସ୍ପଟ୍‌ ବଜାରରେ ସୁନାଦର ହ୍ରାସ ପାଇଛି । ଫେବ୍ରୁଆରି ଡେଲିଭରୀ ପାଇଁ ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ ସୁନା ୧୦ ଗ୍ରାମ ପିଛା ୫୯୭ ଟଙ୍କା ହ୍ରାସ ପାଇ ୪୮,୨୫୪ ଟଙ୍କାରେ ପହଞ୍ଚିଛି । ମାର୍ଚ୍ଚ ଡେଲିଭରି ପାଇଁ ରୁପା ଦର କିଲୋଗ୍ରାମ ପିଛା ୭୭୧ ଟଙ୍କା ହ୍ରାସ ପାଇ ୬୩,୩୦୦ ଟଙ୍କାରେ ପହଞ୍ଚିଛି । ସେହିପରି ସ୍ପଟ୍‌ ବଜାରରେ ୨୨ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୪୮,୩୦୮ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ ସୁନା ଦର ୪୮,୫୦୨ ଟଙ୍କା ରହିଛି । ରୁପା କିଲୋଗଗ୍ରା ପିଛା ୬୨ ୭୬୫ ଟଙ୍କା ରହିଛି ବୋଲି ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘ ପକ୍ଷରୁ ଜାରି ଦର ତାଲିକାରେ କୁହାଯାଇଛି । ଅନ୍ତର୍ଜାତୀୟ ବଜାରର ପ୍ରଭାବରୁ ସୁନା ଦର କମିଥିବା ବିଶେଷଜ୍ଞମାନେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 1 =