କିଶୋରଙ୍କୁ ଟିକା ନେଇ ଦ୍ୱନ୍ଦ୍ୱ ଦୂର କଲା କେନ୍ଦ୍ର

0 38

ନୂଆଦିଲ୍ଲୀ : ଏବେ ଦେଶରେ ଚାଲିଛି କିଶୋର ଟିକାକରଣ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକ୍ରମେ ୧୫ରୁ ୧୮ ର୍ବେ ବୟସର ପିଲାମାନଙ୍କୁ ଏହି ଅଭିଯାନରେ କରୋନା ଟିକା ଦିଆଯାଉଛି । ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତରୁ ଅଧିକ ପିଲା ଟିକା ନେଇସାରିଲେଣି । ତେବେ ଏହି ଟିକା ଓ ବୟସକୁ ନେଇ କିଛି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ଏହାକୁ ଦୂର କରିବାକୁ ଯାଇ କେନ୍ଦ୍ର ସରକାର ଆଜି ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି । ଚିଠିରେ ସରକାର କହିଛନ୍ତି ଯେ ୨୦୦୭ରେ ଜନ୍ମ ନେଇଥିବା ପିଲା ନେଇପାରିବେ ଟିକା । ୨୦୦୫, ୨୦୦୬ ଓ ୨୦୦୭ରେ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ । ୨୦୨୩ ସୁଦ୍ଧା ଯାହାକୁ ୧୫ ବର୍ଷ ହୋଇଥିବ , ସେମାନେ ଏହି ଟିକା ନେଇପାରିବେ । ତେଣୁ ଏନେଇ କୌଣସି ଦ୍ୱନ୍ଦ୍ୱ ନ ରହୁ ବୋଲି ସରକାର ଚିଠିରେ ଉଲ୍ଲେଖ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × five =