ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି

0 142

ପାଟଣା: ସାହାରା ଗ୍ରୁପ ଅଧ୍ୟକ୍ଷ ସୁବ୍ରତ ରୟଙ୍କ ପାଇଁ ବଢିଲା ଅଡୁଆ । ଶୁକ୍ରବାର କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସେ ଏହାକୁ ଅବମାନନା କରିଛନ୍ତି । ଫଳରେ ବର୍ତ୍ତମାନ କୋର୍ଟ ସୁବ୍ରତ ରାୟଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଛନ୍ତି । ଏଥିସହ ବିହାର, ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଡିଜିପିଙ୍କୁ ସୁବ୍ରତ ରୟଙ୍କୁ ଗିରଫ କରିବାକୁ ପାଟଣା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

hiring

ଶୁକ୍ରବାର ସକାଳ ୧୦ଟା ୩୦ରେ ହାଇକୋର୍ଟରେ ହାଜର ହେବାକୁ କୁହାଯାଇଥିଲା, ଏହାକୁ ଅବମାନନା କଲେ ତାଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରାଯିବା ନେଇ ମଧ୍ୟ ପୂର୍ବରୁ କୁହାଯାଇଥିଲା । ଆଜି କୋର୍ଟରେ ହାଜର ନହେବାରୁ ଏହି ମାମଲାର ଶୁଣାଣି ଆସନ୍ତା ୧୭ରେ ହେବ ।

hiranchal ad1
Leave A Reply

Your email address will not be published.

thirteen − six =