ପୁରୀରେ ୪ଜଣିଆ ଏଏସ୍‌ଆଇ ଟିମ୍‌

0 48

ପୁରୀ : ଶ୍ରୀମନ୍ଦିରର ପରିକ୍ରମା ପ୍ରକଳ୍ପକୁ ଅନୁଧ୍ୟାନ କରିବା ପାଇଁ ପୁରୀରେ ପହଁଚିଲା ଏଏସଆଇର ୪ ଜଣିଆ ଟିମ । ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ଆସିଥିବା ଏହି ଟିମ ନିର୍ମାଣ କାମର ଭିଡିଓ ଗ୍ରାଫି ଓ ଡକୁମେଣ୍ଟସନ କରିଥିଲେ । ଏହା ସହ ଭର୍ଚୁଆଲ ବୈଠକରେ ଏଏସଆଇ ଡିଜିଙ୍କ ସହ କରିଥିଲେ ଆଲୋଚନା । ଜୁନ ୨୨ ରେ ହାଇକୋର୍ଟରେ ଶୁଣାଣି ଥିବାରୁ ତାହା ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରିଛି ଏଏସ ଆଇ । ସେପଟେ ଶ୍ରୀମନ୍ଦିରର ୧୦୦ ମିଟର ବାହାରେ ହେବ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର । ଏହି ନିଷ୍ପତ୍ତି ନିଆଯାଇଛି ଗଜପତିଙ୍କ ଅଧ୍ୟକ୍ଷତାରେ ବସିଥିବା କଲଚୁରାଲ ଆଡଭାଇଜରୀ କମିଟିରେ । ଆଜି ଏ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବିର ବିକ୍ରମ ଯାଦବ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପ୍ରକଳ୍ପ ର ସମୀକ୍ଷା କରିଥିଲେ ।ତେବେ ଏ ଏସ ଆଇ ଓ ଶ୍ରୀମନ୍ଦିର ପ୍ରଶାସନ ଆଜି ଭିନ୍ନ ଭିନ୍ନ ଭାବରେ ଯାଇ ପ୍ରକଳ୍ପ ଅନୁଧ୍ୟାନ କରିବା ନେଇ ଚର୍ଚ୍ଚା ଜୋର ଧରିଛି ।ତେବେ ପ୍ରକଳ୍ପ ଡିପିଆର ପରିବର୍ତ୍ତନ ନେଇ ଦୁଇ ଦିନ ତଳେ ଓବିସିସିର ସମ୍ମିଳନୀ କକ୍ଷରେ ଏହି ବୈଠକ ବସିଥିଲା । ଏହି ବୈଠକରେ ପୁରୀ ଜିଲାପାଳ ସମେତ ପ୍ରତ୍ନତତ୍ତ୍ୱବିଦ , ମଠ ମହନ୍ତ ଯୋଗ ଦେଇଥିଲେ । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ର ଆଉଟର ଆକ୍‌ସେସ ରୋଡ଼ ର ନିର୍ମାଣ ନେଇ ମଧ୍ୟ ନିଷ୍ପତ୍ତି ହୋଇଛି ।

hiranchal ad1
Leave A Reply

Your email address will not be published.

eleven + sixteen =