କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କର ସୁରକ୍ଷା ଉପରେ ପ୍ରଶିକ୍ଷଣ

0 26

ନବରଙ୍ଗପୁର : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ରେ ଥିବା ମହିଳା କର୍ମଚାରୀ ଙ୍କର ସୁରକ୍ଷା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଡଃ ମିଶ୍ର କହିଲେଯେ ଜିଲ୍ଲା ପ୍ରଶାସନରେ ମହିଳାମାନଙ୍କୁ ଯଥେଷ୍ଟ ସମ୍ମାନ ପ୍ରଦାନ କରାଯାଉଛି । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମହିଳା ଯଦି ଅନୁଭବ କରନ୍ତି କି ସେ ଯୌନ ନିର୍ଯାତନାର ଶିକାର ହେଉଛନ୍ତି ,ତେବେ ସେ ନିର୍ଭୟରେ ଏହା ବିରୋଧରେ ପ୍ରତିବାଦ କରିବା ଦରକାର । ଜିଲ୍ଲାର ସମସ୍ତ କର୍ମଚାରୀ ଆଇନ କୁ ଭଲ ଭାବରେ ବୁଝି କର୍ମ କ୍ଷେତ୍ରରେ ସଜାଗ ରହିବା ସହିତ ମହିଳାମାନେ ସାହସର ସହିତ ତାଙ୍କ ଉପରେ ହେଉଥିବା ଅନ୍ୟାୟକୁ ପ୍ରତିବାଦ କରିବା ଦରକାରବୋଲି ଆହ୍ୱାନ ଦେଇଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ସ୍ୱର୍ଣ୍ଣଲତା ବିଶ୍ୱାସ ପ୍ରଶିକ୍ଷଣ ଶିବିର ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ମହିଳା ମାନଙ୍କ ଉପରେ ଯୌନ ନିର୍ଯାତନାର ନିବାରଣ, ନିଷେଧ ଓ ନିରାକରଣ ଆଇନ-୨୦୧୩ ଅନୁଯାୟୀ ସ୍ଥାନୀୟ ଅଭିଯୋଗ କମିଟି ଓ ଜିଲ୍ଲା ସ୍ତରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ କରାଯାଇ ଥିବାର ସୂଚନା ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ଥିବା କର୍ମଚାରୀମାନଙ୍କୁ କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନାର ନିବାରଣ, ନିଷେଧ ଓ ନିରାକରଣ ଆଇନ-୨୦୧୩ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ, ଯୌନ ନିର୍ଯାତନା କାହାକୁ କୁହାଯାଏ , ନିଯୁକ୍ତିଦାତାଙ୍କ ଦାୟିତ୍ୱ ସମୂହ , ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଓ ଜିଲ୍ଲା ସ୍ତରରେ ସ୍ଥାନୀୟ ଅଭିଯୋଗ କମିଟିର ଗଠନ, ଦାୟିତ୍ୱ, କ୍ଷମତା, ଅଭିଯୋଗ କରିବାର ପ୍ରକ୍ରିୟା, ତଦନ୍ତ ସମୟର ଅବଧି ଉପରେ ବିଶଦ ଭାବରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ସାଧନ ବ୍ୟକ୍ତି ଭାବରେ ଜିଲ୍ଲା ସ୍ତରରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ଅଧ୍ୟକ୍ଷା ମନୋରମା ମାଝି , ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଓକିଲ ମୀନାକ୍ଷୀ ପାଢୀ ଯୋଗ ଦେଇଥଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ରତ୍ନାକର ସାହୁ,ପ୍ରକଳ୍ପ ପ୍ରଶାସକ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଭିମନ୍ୟୁ ମାଝି, ଜିଲ୍ଲା ଯୋଗାଣ ଅଧିକାରୀ ସଞ୍ଜିବ କୁମାର ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ସ୍ମୃତି ରଞ୍ଜନ ସାମନ୍ତରାୟ, ଆକ୍ସନଏଡର ଜିଲ୍ଲା ପରାମର୍ଶଦାତା ଫକିର ଚରଣ ରାଉତ ଓ ଜିଲ୍ଲାର ସମସ୍ତ ତହସିଲ, ବ୍ଲକ ଏବଂ ସିଡିପିଓ କାର୍ଯ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସଦସ୍ୟ ପ୍ରମୁଖ କର୍ମକ୍ଷେତ୍ରରେ ମହିଳା କର୍ମଚାରୀଙ୍କର ସୁରକ୍ଷା ଉପରେ ନିଜନିଜର ମତ ରଖିଥିଲେ । ଶେଷରେ ସସ୍ମିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

4 × 2 =