ପାରଳାଖେମୁଣ୍ଡିରେ ଏଟିଏମ୍‌ ଲୁଟ୍‌ ଉଦ୍ୟମ ଫେଲ, ତିନି ଗିରଫ

0 73

ପାରଳାଖେମୁଣ୍ଡି, : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠରେ ଥିବା ସନ୍ତୋଷି ମାଆ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଏସ.ବି.ଆଇ ଏ.ଟି. ଏମ୍‌ କାଉଣ୍ଟରରୁ ଲୁଟିବା ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ୩ ଜଣ ଦୁର୍ବୃତ୍ତକୁ ଗିରଫ କରିଛି ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର ସନ୍ତୋଷ ପ୍ରଧାନ ଜିତେନ୍ଦ୍ର ନାୟକ ଓ ଗୁରାଣ୍ଡି ଥାନା ଅନ୍ତର୍ଗତ ଉତ୍ତର ସେଲି ଗ୍ରାମର ଦିଲ୍ଲୀପ ସ୍ୱାଇଁ ବୋଲି ଜଣାପଡ଼ିଛି ।

hiring

ନଭେମ୍ବର ୬ ତାରିଖ ବିଳମ୍ବିତ ରାତ୍ରି ସମୟରେ ପାରଳାଖେମୁଣ୍ଡି ଥାନା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଫରେଷ୍ଟ ଗେଟ ଯିବା ରାସ୍ତାରେ ଥିବା ସନ୍ତୋଷି ମାଆ ପେଟ୍ରୋଲ ଫିଲିଙ୍ଗ ଷ୍ଟେସନ ନିକଟରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏସ ବି ଆଇର ଏକ ଏ ଟିଏମର ଏକ କାଉଣ୍ଟରୁ କିଛି ଦୃର୍ବୁତ୍ତ ଲୁଟ କରିବାକୁ ଉଦ୍ୟମ କରୁଥିବାର ବିଶ୍ୱସ୍ତ ସୂତ୍ରରୁ ପୋଲିସକୁ ସୂଚନା ମିଳିଥିଲା । ପୋଲିସ ତୁରନ୍ତ ସହରର ସମସ୍ତ ପ୍ରବେଶ ପଥକୁ ସିଲ କରିବା ସହ ପେଟ୍ରୋଲିଂ ଫିଲିଙ୍ଗ ଷ୍ଟେସନ ନିକଟରେ ପହଞ୍ଚି ସନ୍ଦିଗ୍ଧ ଅବସ୍ଥାରେ ୩ ଜଣ ଯୁବକଙ୍କୁ ଦେଖି ଥିଲା ।

ପୋଲିସ ସେଠାକୁ ପହଞ୍ଚିବା ଦେଖି ୩ ଜଣ ଯୁବକ ଦୌଡ଼ି ପଳେଇ ବାକୁ ଉଦ୍ୟମ କରୁଥିଲେ । କିନ୍ତୁ ପୋଲିସ ଉକ୍ତ ତିନି ଜଣଙ୍କୁ ଧରିବା ସହ ସେମାନଙ୍କ ନିକଟରୁ ୨ ଟି ସ୍କ୍ରୁ ଡ୍ରାଇଭର,ଗୋଟିଏ ଶାବଳ, ୱାଇର କଟର, କଳାରଙ୍ଗର ମୋଙ୍କି କ୍ୟାପ ।ଏ ନେଇ ଏସବିଆଇ ବ୍ୟାଙ୍କର ମୁଖ୍ୟ ଶାଖାରେ ଏଟି ଏମ୍‌ ଫେସିଲେଟର ଭାବେ କାର୍ଯ୍ୟରତ ଅଧିକାରୀ ଦେବରାଜ ପାତ୍ର ଥାନାରେ ଅଭିଯୋଗ କରିଥିଲେ ।ଉକ୍ତ ଅଭିଯୋଗକୁ ଆଧାର କରି ୨୬୧/୨୧ରେ ଏକ ମାମଲାରୁଜୁ କରି ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

8 − four =