ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିବାପରେ ଜେଲ ଯିବା ଭୟରେ ଆତ୍ମହତ୍ୟା କଲା ସାନ ଭାଇ

0 76

ତାଳଚେର: ଦୁଇଦିନ ପୂର୍ବରୁ ସାନଭାଇ ତାର ନିଭ ବଡ଼ଭାଇଙ୍କୁ ତଣ୍ଟିଚିପି ହତ୍ୟା କରିଥିବା ବେଳେ ଆଜି ସାନଭାଇ ଜେଲ ଯିବା ଭୟରେ ଝୁଲିପଡ଼ିଛି।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ।
ସୂଚନାମୁତାବକ, ତାଳଚେର ବିକ୍ରମପୁର ଥାନା ଅନ୍ତର୍ଗତ ତେଣ୍ଟୁଲୋଇ ଗ୍ରାମରେ ସାମାନ୍ୟ ଘଟଣାକୁ ନେଇ ମଙ୍ଗଳବାର ଦିନ ସାନଭାଇ ପବନା ଭୋଇ ତାର ବଡ଼ଭାଇ ଅନିଲ ଭୋଇଙ୍କୁ ତଣ୍ଟିଚିପି ହତ୍ୟା କରି ଫେରାର ହୋଇଯାଇଥିଲା। ପୁଲିସ୍‌ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବାବେଳେ ଆଜି ଦିନ ପ୍ରାୟ ୧୧ଟା ବେଳେ ଘର ପାଖରେ ଥିବା ଏକ ଗଛରେ ଗାମୁଛା ଲଗାଇ ଫାଶି ଲଗାଇଦେଇଥିଲା।
ପବନା ଗଛରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାପରେ ସଙ୍ଗେସଙ୍ଗେ ବିକ୍ରମପୁର ଥାନାକୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହକୁ ଉଦ୍ଧାର କରିଥିଲା। ଏ ନେଇ ପୁଲିସ୍‌ ଏକ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ଏ ନେଇ ବିକ୍ରମପୁର ଥାନା ଅଧିକାରୀ ମନୋଜ ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜେଲ ଯିବା ଭୟରେ ପବନା ଆଜି ଘର ପାଖରେ ଥିବା ଏକ ଗଛରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଦେଇଥିବା କହିଛନ୍ତି।

hiranchal ad1
Leave A Reply

Your email address will not be published.

two + 17 =