ରାମଗଡ ଗ୍ରାମରେ କୈଳାସୀ ଯାତ୍ରା ଅନୁଷ୍ଠିତ

0 239

ହରଭଙ୍ଗା :କାର୍ତ୍ତିକ ମାସ ବଡ଼ ଏକାଦଶୀ ବା କୈଳାସୀ ଓଷା ଗୁରୁବାର ଦିନ ହରଭଙ୍ଗା ବ୍ଲକ ରାମଗଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସନ୍ଧ୍ୟାରେ କୈଳାସୀ ମାଙ୍କ ଓଷାକୋଠିରେ ପୂଜାର୍ଚ୍ଚନା ପରେ ଭକ୍ତଙ୍କ ଗହଣରେ ଛତି, ଛାତ୍ର, ଘଣ୍ଟଘଣ୍ଟାର ଶୋଭାଯାତ୍ରାରେ ମହାନଦୀକୁ ଯାଇ ପୂର୍ଣ୍ଣ ଜଳ କୁମ୍ଭ ଆଣି ଓଷା କୋଠୀର ସ୍ଥାପନ କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା । ଉକ୍ତ ପୂଜା କାର୍ଯ୍ୟ ପୂଜକ ବୀରେନ୍ଦ୍ର ବାରିକ ତୁଲାଇଥିଲେ । ଶହ ଶହ ଭକ୍ତ ଆଜି ମାଙ୍କ ପାଖରେ ଅଧିଆ ପଡ଼ିଥିଲେ । ପରେ ଗ୍ରାମର ମା ବୁଢ଼ୀ ବାଉରୀ ଗଣନାଟ୍ୟ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ସାମାଜିକ ନାଟକ -ଲୁହରୁ ଆରମ୍ଭ ଲୁହରେ ଶେଷ ମଞ୍ଚସ୍ଥ କରାଯାଇଥିଲା । ଏହାକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ଅବସରପ୍ରାପ୍ତ ଶିକ୍ଷାବିତ ଯାତ୍ରା ଜଗତର ନିର୍ଦ୍ଦେଶକ ବୀରେନ୍ଦ୍ର ବାରିକ ନିର୍ଦ୍ଦେଶନା ଦେଇଥିବା ବେଳେ ଗ୍ରାମବାସୀ ସମସ୍ତ କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଏହି କୈଳାସୀ ଓଷା ବ୍ଲକର ରାମଗଡ଼, ବଙ୍କାପଡା, ବୃନ୍ଦାବନ, ଗାନ୍ଧୀନଗର ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଓ ସରସରାଠାରେ ହରଭଙ୍ଗା ବ୍ଲକ କଳାକାର ସଂଘ ଦ୍ୱାରା ଦଣ୍ଡ ନୃତ୍ୟ ମହା ସମାରୋହରେ ପାଳିତ ହୋଇଛି ।

hiranchal ad1
Leave A Reply

Your email address will not be published.

15 + 18 =