କନିକାଙ୍କ ପୁଣି ଟେଷ୍ଟ ହେବ

0 554

ଜଣାଶୁଣା ଗାୟିକା କନିକା କପୁରଙ୍କର ଇତିମଧ୍ୟରେ ୫ଥର କରୋନା ପରୀକ୍ଷା କରାଯାଇସାରିଲାଣି । ୫ଟି ଯାକ ପଜିଟିଭ୍ ବାହାରିଛି । ଆଗକୁ ତାଙ୍କର ପୁଣି ପରୀକ୍ଷା କରାଯିବ ବୋଲି ସଂଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ ମେଡିକାଲ ସାଇନ୍ସ ପ୍ରତିଷ୍ଠାନ ପକ୍ଷରୁ କୁହାଯାଇଛି । ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ ଆର୍ କେ ଧୀମନ ମଙ୍ଗଳବାର ଏକ ବିବୃତିରେ କହିଛନ୍ତି ଯେ, ସ୍ୱାସ୍ଥ୍ୟ ପ୍ରୋଟକଲ ଅନୁସାରେ କନିକାଙ୍କ ଥରକୁ ଥର ପରୀକ୍ଷା କରାଯାଉଛି । ଏବେ ସେ କ୍ୱାରେଣ୍ଟାଇନରେ ଅଛନ୍ତି । ଯଦି ଷଷ୍ଠ ପରୀକ୍ଷା ପଜେଟିଭ୍ ହୁଏ ତାଙ୍କୁ ଆଉ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେ ସ୍ୱାଭାବିକ ଭାବେ ଖିଆପିଆ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

2 + 16 =