କେସିଆର୍‌ଙ୍କ ବଡ଼ ଘୋଷଣା ମନ୍ତ୍ରୀ, ବିଧାୟକଙ୍କଠାରୁ କଟାଯିବ ୭୫ ପ୍ରତିଶତ ଦରମା

0 606

ହାଇଦ୍ରାବାଦ: ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଆଜି ଏକ ବଡ଼ ଘୋଷଣା କରିଛନ୍ତି । କରୋନା ପାଇଁ ରାଜ୍ୟ ବିଧାନସଭାକୁ ନିର୍ବାଚିତ ଜନପ୍ରତିନିଧିଙ୍କ ଦରମାର ୭୫ ପ୍ରତିଶତ କଟାଯାଇ କରୋନା କାର୍ଯ୍ୟରେ ଲାଗୁ କରାଯିବ ବୋଲି ସେ କହିଛନ୍ତି । ସେମାନଙ୍କ ସହିତ ସେ ନିଜର ଦରମାରୁ ୭୫ ପ୍ରତିଶତ କାଟିବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ରାଜ୍ୟରେ ନିର୍ବାଚିତ ଅନ୍ୟ ଜନପ୍ରତିନିଧିମାନେ ମଧ୍ୟ ସେମାନଙ୍କର ଆସନ୍ତା ମାସର ଦରମାରୁ ୭୫ ପ୍ରତିଶତ କାଟି କରୋନା ପାଣ୍ଠିକୁ ଦାନ କରିବାକୁ ବାଧ୍ୟ ହେବେ । ସେହିପରି, ପରିବହନ ବିବାଗର କାର୍ଯ୍ୟରତ କର୍ମଚାରୀ, ପର୍ଯ୍ୟଟନ ବିଭାଗର କର୍ମଚାରୀ ମଧ୍ୟ ଏହି ତାଲିକାଭୁକ୍ତ ହେବେ । ଏମାନଙ୍କ ଛଡ଼ା ପୁଲିସ୍ ବିଭାଗ, ବୈଦେଶିକ ବିଭାଗରେ କାର୍ଯ୍ୟରତ କର୍ମଚାରୀମାନେ ସେମାନଙ୍କ ଦରମାର ୬୦ ପ୍ରତିଶତ ଦେବାକୁ ସେ ବାଧ୍ୟ କରିଥିବା ବେଳେ ଅବସରପ୍ରାପ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ପେନଶନରୁ ୫୦ ପ୍ରତିଶତ ଦେବାକୁ ସେ କହିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 4 =