କନିକାଙ୍କ ଆଶା : ପଞ୍ଚମ ଥର ଟେଷ୍ଟ କଲେ ନେଗେଟିଭ୍ ଆସିବ

0 595

ମୁମ୍ବାଇ: କରୋନାରେ ସଂକ୍ରମିତ ହୋଇଥିବା ବଲିଉଡ୍ ଗାୟିକା କନିକା କପୁରଙ୍କ ଚତୁର୍ଥ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି । ସେ ତାଙ୍କ ଇନଷ୍ଟେଗ୍ରାମରେ ପୋଷ୍ଟ କରି କହିଛନ୍ତି ଯେ, ପଞ୍ଚମ ଥର ଯେଉଁ ମୋର ଟେଷ୍ଟ କରାଯିବ ସେଥିରେ ରିପୋର୍ଟ ନିଶ୍ଚିତ ନେଗେଟିଭ୍ ଆସିବ ବୋଲି ମୁଁ ଆଶା କରୁଛି । ସେ ଏହି ଲେଖାରେ ଲେଖିଛନ୍ତି ଯେ, ବର୍ତ୍ତମାନର ସମୟ ସମସ୍ତଙ୍କୁ ଏକ ଶିକ୍ଷା ଦେଲା । ଏହି ଶିକ୍ଷାକୁ ସମସ୍ତେ ଯୁଗ ଯୁଗ ମନେ ରଖିବା ଉଚିତ୍ । ସୂଚନାଯୋଗ୍ୟ ଚତୁର୍ଥ ଟେଷ୍ଟ ପଜିଟିଭ୍ ବାହାରିବା ପରେ ତାଙ୍କ ପରିବାର ପାଇଁ କରୋନା ସଂକ୍ରମଣର ଭୟ ବୃଦ୍ଧି ପାଇଛି । ଗତ ମାର୍ଚ୍ଚ ୯ରେ କନିକା ଲଣ୍ଡନରୁ ଫେରିବା ପରେ କାନପୁର ଓ ଲକ୍ଷ୍ନୌ ଯାଇଥିଲେ । ମାତ୍ର ସେ ଅସୁସ୍ଥ ହେବାରୁ ମାର୍ଚ୍ଚ ୨୦ରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା ଏବଂ ତାଙ୍କର ଟେଷ୍ଟ କରାଯିବାରୁ କରୋନା ପଜିଟିଭ୍ ଜଣାପଡ଼ିଥିଲା । କିନ୍ତୁ ସେ କରୋନାରେ ସଂକ୍ରମିତ ହୋଇ ବିଭିନ୍ନ ପାର୍ଟିରେ ଯୋଗଦେଇଥିବାରୁ ଗଣମାଧ୍ୟମରେ କନିକାଙ୍କୁ ସମାଲୋଚନା କରାଯାଇଥିଲା । ଏବେ କନିକା ସଞ୍ଜୟ ଗାନ୍ଧୀ ପୋଷ୍ଟ-ଗ୍ରାଜୁଏଟ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍‌ରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ପରିବାରର ଜଣେ ସଦସ୍ୟ ନିଜର ପରିଚୟ ଗୋପନ ରଖି ବଡ଼ କ୍ଷୋଭର ସହ କହିଛନ୍ତି, ଆମେ ଏହି ଟେଷ୍ଟ ରିପୋର୍ଟରେ ଭୟଭୀତ ହୋଇପଡ଼ିଛୁ । ଚିକିତ୍ସା ସତ୍ତ୍ୱେ କନିକାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟୁନାହିଁ । ତଥାପି ମୋର ଆଶା ରହିଛି ଆସନ୍ତାଥରକୁ ମୋଟ ଟେଷ୍ଟ କରାଗଲେ ନେଗେଟିଭ୍ ଆସିବ ।

hiranchal ad1
Leave A Reply

Your email address will not be published.

20 + nineteen =