ସିରିଏଲ୍ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସଲମନ୍‌

0 635

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ରୂପକ ଭୂତାଣୁ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ଟିଭିରେ କୌଣସି ସିରିଏଲ୍ ମଧ୍ୟ ପ୍ରସାର ହୋଇପାରୁ ନାହିଁ । ଏହାର ମୁଖ୍ୟ କାରଣ ହେଉଛି ସିରିଏଲ୍ ଶୁଟିଂ କରାଯାଇପାରୁ ନାହିଁ । ଏଥିଯୋଗୁଁ ସିରିଏଲ୍‌ଗୁଡ଼ିକରେ କାର୍ଯ୍ୟ କରୁଥିବା ଅଭିନେତା/ଅଭିନେତ୍ରୀମାନେ ହାତବାନ୍ଧି ବସିଛନ୍ତି । ଏହାକୁ ନଜରରେ ରଖି ବଲିଉଡ୍‌ର ଦବଙ୍ଗ ଭାବେ ପରିଚିତ ସଲମନ୍ ଖାଁ ଏହି ଲକ୍‌ଡାଉନ୍ ସମୟରେ ୨୫ ହଜାର ଅଭିନେତା ଓ ଅଭିନେତ୍ରୀଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି । ସଲମନଙ୍କ ଏଭଳି କାର୍ଯ୍ୟକୁ ସିରିଏଲ୍‌ରେ କାର୍ଯ୍ୟ କରୁଥିବା ଅଭିନେତା ଓ ଅଭିନେତ୍ରୀମାନେ ଧନ୍ୟବାଦ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

seventeen − nine =