ଏଭଳି ଏକ ମନ୍ଦିର : ଯେଉଁଠି ନା ଦକ୍ଷିଣା ନା ଭିଆଇପିଙ୍କୁ ସୁବିଧା

0 132

ବର୍ତ୍ତମାନ ସମୟର କଥା କହିଲେ ତେବେ ଏଭଳି କୌଣସି ମନ୍ଦିର ନାହିଁ ଯେଉଁଠି ଦକ୍ଷିଣା ଚଢ଼ା ଯାଏନି ତାହା ଶ୍ରଦ୍ଧାରେ ହେଉ ବା କାହା କହିବା ଅନୁସାରେ ହେଉ । ବର୍ତ୍ତମାନ ଧର୍ମକୁ ଲୋକମାନେ ଧନ୍ଦା ବନେଇ ରଖିଛନ୍ତି ଏବଂ ମନ୍ଦିର ତାଙ୍କ କମ୍ପାନୀ । ଏହିସବୁ ତ ଏବେ ସାଧାରଣ କଥା ହୋଇଯାଇଛି, କିନ୍ତୁ ଏହି ଜଗତରେ ଏକ ଏଭଳି ମନ୍ଦିର ଅଛି ଯେଉଁଠି କୌଣସି ଦାନ ନିଆଯାଏନି । ମନ୍ଦିର ପ୍ରାଙ୍ଗଣରେ ଆପଣଙ୍କୁ କୌଣସି ଦାନ ପେଟି ମିଳିବନି । ଏହା ଏକ ଏଭଳି ମନ୍ଦିର ଯେଉଁଠି ଭିଆଇପିଙ୍କ ପାଇଁ କୌଣସି ଜାଗା ନାହିଁ । ସେଠାରେ ସମସ୍ତଙ୍କୁ ସମାନ ଭାବେ ଦେଖାଯାଏ । ଆପଣଙ୍କୁ ଏହା ଶୁଣି ଟିକେ ଆଶ୍ଚର୍ଯ୍ୟ ଲାଗିଥିବ କିନ୍ତୁ ଏହା ସତ । ଏହି ମନ୍ଦିର ୫୦୦୦ବର୍ଷ ପୁରୁଣା ଯାହାକି ହାଇଦ୍ରାବାଦର ଉସ୍ମାନ ହ୍ରଦ ପାଖରେ ଚିଲକୁଲ ମନ୍ଦିର ନାମରେ ଜଣାଯାଏ ।

hiring


ଚିଲକୁଲ ବାଲାଜି ଭାରତର ଦ୍ୱିତୀୟ ଏଭଳି ମନ୍ଦିର ଯାହାକି ଭାରତ ସରକାରଙ୍କ ନିୟନ୍ତ୍ରଣରେ ନାହିଁ । ଏହି ମନ୍ଦିରର ଚଳଣି ଏବଂ ଖର୍ଚ୍ଚ ଏଠାକୁ ଆସୁଥିବା ଭକ୍ତଙ୍କ ଠାରୁ ନେଉଥିବା ପାର୍କିଂ ଫିସ୍‌ରେ କରାଯାଏ । ଭାରତରେ ଏହି ମନ୍ଦିର ଛଡ଼ା ଗୁଜୁରାଟର ଜଲାରାମ ମନ୍ଦିରରୁ ମଧ୍ୟ କୌଣସି ଦକ୍ଷିଣା ବା ଦାନ ନିଆଯାଏନି ।
ଏହି ମନ୍ଦିର ହାଇଦ୍ରାବାଦ୍‌ର ସବୁଠାରୁ ପୁରୁଣା ମନ୍ଦିର । ଏହି ମନ୍ଦିରକୁ ଭକ୍ତ ରାମଦାସଙ୍କ ଦାଦା ତିଆରି କରିଥିଲେ । ମାନ୍ୟତା ଅଛି କି ଯଦି ଭକ୍ତ ରାଜସ୍ଥାନର ତିରୁପତି ବାଲାଜି ଯାଇ ପାରନ୍ତି ନାହିଁ ତେବେ ଏଠାକାର ଚିରକୁଲ ବାଲାଜିଙ୍କ ଦର୍ଶନ ତିରୁପତି ଦର୍ଶନ ପାଖାପାଖି ଫଳ ମିଳିଥାଏ । ପ୍ରତିବର୍ଷ ଏଠାକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସନ୍ତି ଏବଂ ନିଜର ମନୋକାମନା ପାଇଁ ପୂଜାପାଠ କରିଥାନ୍ତି । କୁହାଯାଏ କି, ଏହି ମନ୍ଦିରରେ ସ୍ଥାପିତ ଭେଙ୍କଟେଶ୍ୱରଙ୍କ ପ୍ରତିମା ପାତାଳରୁ ସ୍ୱୟଂ ପ୍ରକଟ ହୋଇଛି । ଏହି ମନ୍ଦିର ଭିଜା ମନ୍ଦିର ନାମରେ ମଧ୍ୟ ପରିଚିତ । ଏହି ନାମ ପଛରେ ମଧ୍ୟ ଏକ ରହସ୍ୟ ଅଛି । କୁହାଯାଏ କି, ଯଦି ଆପଣଙ୍କୁ ବିଦେଶ ଯାତ୍ରାରେ ଯିବାର ଅଛି, କିନ୍ତୁ ଭିଜା ବନେଇବାରେ ସମୟ ଲାଗୁଛି ତେବେ ଏହି ମନ୍ଦିରକୁ ଆସି ପ୍ରାର୍ଥନା କଲେ ଆପଣଙ୍କ ଭିଜା ଶୀଘ୍ର ବନିଯିବ ।

hiranchal ad1
Leave A Reply

Your email address will not be published.

2 × three =