କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କଲେ ବିରୁଷ୍କା

0 111

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କର ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ଭାଇରସର ମୁକାବିଲା ପାଇଁ ସହାୟତା ହାତ ବଢାଇ ପ୍ରଧାନମନ୍ତ୍ରୀ କେୟର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଉଭୟେ କେତେ ଟଙ୍କା ଦାନ କରିଛନ୍ତି ତାହା ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାପଡିନାହିଁ । ବିରାଟ କୋହଲି ଟ୍ୱିଟ କରି ଏହି ବିଷୟରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଅନୁଷ୍କା ଓ ମୁଁ ପିଏମ୍ କେୟାର ଫଣ୍ଡ ଓ ମୁଖ୍ୟମନ୍ତ୍ରୀ ରିଲଫ ଫଣ୍ଡ(ମହାରାଷ୍ଟ୍ର)କୁ ନିଜର ସହଯୋଗ ରାଶି ଦାନ କରିଛନ୍ତି ।

hiring

ଏତେ ଲୋକଙ୍କ ଦୁଃଖ ଦେଖି ଆମର ହୃଦୟ କାନ୍ଦୁଛି ବୋଲି ସେ କହିଛନ୍ତି । ଆମର ବିଶ୍ୱାସ ଯେ ଆମର ଏହି ଅର୍ଥ ପୀଡିତଙ୍କ କାମରେ ଆସୁ । ବିରାଟ ଓ ଅନୁଷ୍କା ବହୁ ବାର ସୋସିଆଲ ମିଡିଆରେ ଲୋକଙ୍କୁ ସଚେତନ କରାଇଛନ୍ତି । ସୂଚନାଯୋଗ୍ୟ ଯେ, ପୂର୍ବରୁ ସଚିନ ତେନ୍ଦୁଲକର, ସୁରେଶ ରାଇନ, ଆଜିଙ୍କ୍ୟ ରାହାଣେଙ୍କ ପରି ଖେଳାଳିମାନେ ଅର୍ଥରାଶି ଘୋଷଣା କରିଛନ୍ତି । ଭାରତରେ ଏହି ମହାମାରୀ ରୋଗରେ ୨୯ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୧ଶହ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

9 − three =