ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମଧ୍ୟ ଟିକସ-ମୁକ୍ତ ହେଲା ସମ୍ରାଟ ପୃଥ୍ୱୀରାଜ

0 32

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ବଲିଉଡ ଫିଲ୍ମ ସମ୍ରାଟ ପୃଥ୍ୱୀରାଜ ଆଜି ସମଗ୍ର ଦେଶରେ ରିଲିଜ୍‌ ହୋଇଛି । ରାଜା ପୃଥ୍ୱୀରାଜଙ୍କ ପରାକ୍ରମକୁ ଫିଲ୍ମ ମାଧ୍ୟମରେ ବେଶ ନାଟକୀୟ ଢଙ୍ଗରେ ଦେଖାଇବାକୁ ନିର୍ମାତା ଚେଷ୍ଟା କରିଛନ୍ତି । ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ପୃଥ୍ୱୀରାଜଙ୍କ ଚରିତ୍ରରେ ନଜର ଆସିବେ । ଏସବୁ ଭିତରେ ଫିଲ୍ମଟିକୁ ଗୋଟିଏ ପରେ ଗୋଟିଏ ବିଜେପି ଶାସିତ ରାଜ୍ୟରେ ଟିକସ ମୁକ୍ତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଗୁରୁବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଫିଲ୍ମର ସ୍ପେଶାଲ ସ୍କ୍ରିନିଂକୁ ଦେଖିଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ରାଟ ପୃଥ୍ୱୀରାଜ ଫିଲ୍ମକୁ ୟୁପିରେ ଟ୍ୟାକ୍ସ ଫ୍ରି କରାଯାଇଥିଲା । ଏବେ ଏହି ଟିକସ ଫ୍ରି ତାଲିକାରେ ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡ ଯୋଡି ହୋଇଯାଇଛନ୍ତି । ଏହି ଦୁଇ ରାଜ୍ୟରେ ଫିଲ୍ମକୁ ଟିକସ ମୁକ୍ତ କରାଯାଇଛି । ରିଲିଜ ପୂର୍ବରୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପାଇଁ ବି ଅକ୍ଷୟ କୁମାର ଫିଲ୍ମର ସ୍ପେଶାଲ ସ୍କ୍ରିନିଂ କରିଥିଲେ । ଶ୍ରୀ ଶାହ ଏହାକୁ ଦେଖି ବେଶ ପ୍ରଶଂସା କରିଛନ୍ତି । ସେହିପରି ଲକ୍ଷ୍‌ନୌରେ ଯୋଗୀ ଆଦିତ୍ୟନାଥ ଓ ତାଙ୍କ କ୍ୟାବିନେଟ ସଦସ୍ୟମାନେ ଫିଲ୍ମକୁ ଦେଖିଥିଲେ । ଫିଲ୍ମ ଦେଖି ସାରିବା ପରେ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି ସମ୍ରାଟ ପୃଥ୍ୱୀରାଜକୁ ୟୁପିରେ ଟିକସ ମୁକ୍ତ କରାଯାଇଥିବା ଘୋଷଣା କରିଥିଲେ । ଅକ୍ଷୟ କୁମାର ଏଥିପାଇଁ ଯୋଗୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + 5 =