ଶିବାହାରା-କୁଲଫଙ୍କୁ ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଟ୍ରଫି

0 21

ପ୍ୟାରିସ : ଜାପାନର ଈନା ଶିବାହାରା ଓ ନେଦରଲାଣ୍ଡ୍ସର ୱିସ୍‌ଲେ କୁଲଫ ସେମାନଙ୍କ ପ୍ରଥମ ଗ୍ରାଣ୍ଡ ସ୍ଲାମ୍‌ ଟ୍ରଫି କରାୟତ୍ତ କରିଛନ୍ତି । ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍‌ ଟେନିସ ପ୍ରତିଯୋଗିତାର ମିଶ୍ରିତ ଯୁଗଳ ଫାଇନାଲ୍‌ରେ ଦ୍ୱିତୀୟ ମାନ୍ୟତାପ୍ରାପ୍ତ ଏହି ଜାପାନ-ନେଦରଲାଣ୍ଡ୍ସ ଯୋଡି ୭-୬ (୫) ଓ ୬-୨ ସିଧାସଳଖ ସେଟ୍‌ରେ ନରୱେର ଉଲରିକେ ଈକେରି ଓ ବେଲ୍‌ଜିୟମର ଜୋରାନ ଭ୍ଲିଗେନଙ୍କୁ ମାତ୍‌ ଦେଇ ଟ୍ରଫି ଜିତିଥିଲେ । ଶିବାହାରା ଓ କୁଲଫ୍‌ ପ୍ରଥମ ସେଟ୍‌କୁ ଟ୍ରାଇବ୍ରେକରରେ ଏବଂ ଦ୍ୱିତୀୟ ସେଟ୍‌ରେ କୌଣସି ଭୁଲ୍‌ ନକରି ସହଜ ବିଜୟ ପାଇଥିଲେ ।

hiranchal ad1
Leave A Reply

Your email address will not be published.

nine − six =