ଆର୍ଯ୍ୟ ସମାଜ ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ : ସୁପ୍ରିମକୋର୍ଟ

0 16

ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ଦ୍ୱାରା ପ୍ରଦତ୍ତ ବିବାହ ପ୍ରମାଣପତ୍ର ଅବୈଧ । ଶୁକ୍ରବାର ଏହା କହିଛନ୍ତି ସୁପ୍ରିମକୋର୍ଟ । ଆର୍ଯ୍ୟ ସମାଜ ଏକ ହିନ୍ଦୁ ସଂସ୍କାରବାଦୀ ସଂଗଠନ । ୧୮୭୫ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱାରା ଏହା ପ୍ରତିଷ୍ଠିତ ହୋଇଥିଲା । ଦୁଇ ଜଣିଆ ଖଣ୍ଡପୀଠ ଜଷ୍ଟିଷ ଅଜୟ ରାସ୍ତୋଗି ଏବଂ ବି.ଭି ନାଗରାଥନା କହିଛନ୍ତି ଯେ, ଆର୍ଯ୍ୟ ସମାଜ କାହାକୁ ବିବାହ ପ୍ରମାଣପତ୍ର ଦେବାକୁ କ୍ଷମତାଭୁକ୍ତ ନୁହଁ । କେବଳ ବିଭାଗୀୟ ଅଧିକାରୀ ହିଁ ବିବାହ ପ୍ରମାଣପତ୍ର ଦେଇପାରିବେ । ତେଣୁ ଆବେଦନକାରୀଙ୍କୁ ମୂଳ ପ୍ରମାଣପତ୍ର ଆଣିବାକୁ ସୁପ୍ରିମକୋର୍ଟ କହିଥିଲେ । ମଧ୍ୟପ୍ରଦେଶରେ ଏକ ପ୍ରେମ ବିବାହ ସମ୍ପର୍କିତ ମାମଲାରେ କୋର୍ଟ ଏହା କହିଛନ୍ତି । ଅଭିଯୋଗ ଅନୁଯାୟୀ ଜଣେ ନାବାଳିକାକୁ ଅପହରଣ ଓ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ ଏତଲା ଦାୟର ହୋଇଥିଲା । ଏନେଇ ପକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଥିଲା । ତେବେ ଯୁବକ ଜଣକ ତାଙ୍କ ପିଟିସନରେ କହିଥିଲେ ଯେ, ଯୁବତୀ ଜଣକ ବୟସ୍କ ଏବଂ ସେ ନିଜ ଇଚ୍ଛାରେ ବିବାହ କରିବାକୁ ରାଜି ହୋଇଥିଲେ । ଏହି ବିବାହ ଆର୍ଯ୍ୟ ସମାଜ ମନ୍ଦିରରେ ହୋଇଥିଲା । କେନ୍ଦ୍ରୀୟ ଭାରତୀୟ ଆର୍ଯ୍ୟ ପ୍ରତିନିଧି ସଭା ପକ୍ଷରୁ ଜାରି ହୋଇଥିବା ପ୍ରମାଣପତ୍ରକୁ ସେ ଉପସ୍ଥାନପନ କରିଥିଲେ,ଯାହାକୁ ସୁପ୍ରିମକୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 × 5 =