ଆଇ ଲଭ୍‌ ୟୁ କହିଲେ ପ୍ରଶଂସକ, ଦୀପିକା ଉତ୍ତର ରଖିଲେ ଏମିତି

0 62

ମୁମ୍ୱାଇ : ଦୀପିକା ପାଦୁକୋନ ବଲିଉଡର ନାମିଦାମୀ ଅଭିନେତ୍ରୀ ମଧ୍ୟରେ ଜଣେ । ଏଇ କିଛି ଦିନ ହେବ ଦୀପିକା ତାଙ୍କ ସ୍ୱାମୀ ରଣବୀରଙ୍କ ସହ ଛୁଟିକାଟିବାରେ ବ୍ୟସ୍ତ ଅଛନ୍ତି । ଏହି ସମୟରେ ଦୀପିକା ମୁଖ୍ୟ ଅତିଥି ଭାବରେ କାଲିଫର୍ନିଆର ସାନ ଜୋସରେ ଆୟୋଜିତ ହେବାକୁ ଥିବା କୋଙ୍କଣୀ ସମ୍ମିଳନୀରେ ଯୋଗ ଦେଇଥିଲେ ।

hiring

ଏହି ଇଭେଣ୍ଟ ସହ ଯୋଡିହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ପ୍ରଶଂସକ ଦୀପିକା ପାଦୁକୋନଙ୍କୁ କହିଛନ୍ତି, ‘ମୁଁ ତୁମକୁ ଭଲପାଏ । ଏହି ପ୍ରଶଂସକଙ୍କୁ ଦୀପିକା ଦେଇଥିବା ଉତ୍ତର ଶୁଣିବା ପରେ ସମସ୍ତେ ହସିଥିଲେ । ସେ କହିଥିଲେ, ମୁଁ ବର୍ତ୍ତମାନ ଜଣେ ବିବାହିତ ମହିଳା, ଠିକ୍ ଭାବେ କଥା କୁହ । ଭିଡିଓରେ ଏହି ଉତ୍ତର ଶୁଣିବା ପରେ ସମସ୍ତେ ହସିବା ଆରମ୍ଭ କରନ୍ତି । ଏହି ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ମଧ୍ୟ ଏହା ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଦୀପିକା ପାଦୁକୋନ ଏକ ସୁନ୍ଦର ଗୋଲାପୀ ରଙ୍ଗର ସୁଟ ପିନ୍ଧି ଏହି ଇଭେଣ୍ଟରେ ପହଞ୍ଚିଥିଲେ । ସେ ଇନଷ୍ଟାଗ୍ରାମରେ ନିଜର ପାରମ୍ପରିକ ଲୁକ୍ ମଧ୍ୟ ସେୟାର କରିଛନ୍ତି । ଚିତ୍ରଗୁଡ଼ିକରେ ଦୀପିକାଙ୍କ ସୁନ୍ଦର ଚେହେରା ଦେଖି ପ୍ରଶଂସକମାନେ ବହୁତ ଲାଇକ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 2 =