ପୁଣେ ରାସ୍ତାରେ ଗଡ଼ିଲା ରଥ, ଭାବ ବିହ୍ୱଳ ହୋଇଗଲେ ଭକ୍ତ

0 45

ଭୁବନେଶ୍ଵର : ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କର ପବିତ୍ର ଘୋଷଯାତ୍ରା ପୁନେସ୍ଥିତ ଖଡ୍କୀ ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏଥିରେ ପାଞ୍ଚ ହଜାରରୁ ଅଧିକ ପ୍ରବାସୀ ଓଡ଼ିଆ ଖୁବ୍ ଆନନ୍ଦ ଓ ଉତ୍ସାହ ସହକାରେ ଯୋଗଦେଇ କାଳିଆର ଶ୍ରୀଚରଣରେ ଭକ୍ତିପୁତ ଅର୍ଘ୍ୟ ଢାଳି ଭାବଡୋରିରେ ବାନ୍ଧି ହୋଇଯାଇଥିଲେ।

ପୁନେର ଖଡ୍କୀସ୍ଥିତ ଏହି ଜଗନ୍ନାଥ ମନ୍ଦିରଟି ପ୍ରାୟ ସାତବର୍ଷ ତଳେ ନିର୍ମିତ ହୋଇଥିଲା। ଏହାର ସମସ୍ତ ପୂଜା, ନୀତିକାନ୍ତି ଓ ଭୋଗରାଗ ଆଦି ଉପଯୁକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ସମାହିତ ହୋଇଥାଏ। ଶ୍ରଦ୍ଧାଳୁ ମାନେ ବହୁସଂଖ୍ୟାରେ ଏଠାକୁ ଦର୍ଶନାର୍ଥେ ଆସିଥାନ୍ତି। ଏକ ନୁତନ ମାଉସୀ ମା’ଙ୍କ ମନ୍ଦିରଟିଏ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସନ୍ନିକଟରେ ନିର୍ମାଣ କରାଯାଇଛି।

hiring

ରଥଯାତ୍ରା ଉତ୍ସବ ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଓଡିଶୀନୃତ୍ୟ ଓ ଭଜନ ସଂଧ୍ୟା ମୁଖ୍ୟ ଆକର୍ଷଣର କେନ୍ଦବିନ୍ଦୁ ।ଏଠାରେ ମଧ୍ୟ ପ୍ରତିଦିନ ବିଷ୍ଣୁ ସହସ୍ର ନାମ ପାଠ କରାଯାଇଥାଏ ଯାହାକି ପରିବେଶକୁ ଭକ୍ତିମୟ କରିବା ସହିତ ଆମ ପରମ୍ପରା ଓ ସଂସ୍କୃତି କୁ ସମୃଦ୍ଧ କରିଛି।

ରଥଯାତ୍ରା ଏକ ଚମତ୍କାର ଓ ନିଆରା ଅବସର ଯାହା ପୁନେରେ ଥିବା ଓଡ଼ିଆ ମାନଙ୍କର ସାଂସ୍କୃତିକ ମୂଲ୍ୟବୋଧକୁ ଋଦ୍ଧିମନ୍ତକରି ଗଢି ତୋଳିଛି ।

hiranchal ad1
Leave A Reply

Your email address will not be published.

five − three =