ପାର୍ଶ୍ୱ ଗାୟିକାରୁ ନାୟିକା : ସିଦ୍ଧିଙ୍କ ପାଇଁ ଅପୂର୍ବ ସୁଯୋଗ

0 196

ସମ୍ବଲପୁର: ସମ୍ବଲପୁରର ଝିଅ ସିଦ୍ଧି ପ୍ରିୟଦର୍ଶିନୀ ମିଶ୍ର, ଯିଏକି ବଙ୍ଗଳା ଚଳଚିତ୍ରରେ ଜଣେ ପାର୍ଶ୍ୱ ଗାୟିକା ରୂପେ ପରିଚିତ । ବର୍ତ୍ତମାନ ତାଙ୍କ ପାଇଁ ନାୟିକା ଭୂମିକାର ସୁଯୋଗ ଆସିଛି । ଆଜି ସ୍ଥାନୀୟ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରାଯାଇଛି । ତାଙ୍କର ଫିଲ୍ମ ପ୍ରାୟୋଜକ ପ୍ରଶେନଜୀତ ମିଶ୍ର, ଯିଏକି ବର୍ତ୍ତମାନ ମୁମ୍ବାଇଠାରେ ରୁହନ୍ତି, ଏବିଷୟରେ ସ୍ଥାନୀୟ ସାମ୍ବାଦିକଙ୍କ ସହିତ ଆଲୋଚନା କରିବା ସମୟରେ ଏହା ଜଣାଇଛନ୍ତି । ମୂଳତଃ ବାଲେଶ୍ୱର ଜିଲ୍ଲା ନିବାସୀ ଶ୍ରୀ ମିଶ୍ରଙ୍କ ଛାତ୍ର ଜୀବନ ସମ୍ବଲପୁରରେ କଟିଥିବାରୁ ସେ ଏଠାରେ ବେଶ ପରିଚିତ । ତାଙ୍କ ସହିତ ସମ୍ବଲପୁରର ଜଣାଶୁଣା ସାମାଜିକ ସଂଗଠକ ପ୍ରଫୁଲ୍ଲ ହୋତା ମଧ୍ୟ ମଞ୍ଚାସୀନ ରହି ଆଜିର ସଭାକୁ ସମ୍ବୋଧିତ କରିଥିଲେ । ସେ କହିଲେ କଳା ଜଗତ ପ୍ରତି ସେ ସଦାସର୍ବଦା ଆକର୍ଷିତ ରହିଛନ୍ତି, ଏଣୁ ତାଙ୍କ ଝିଅକୁ ଜଣେ ଗାୟିକା ରୂପେ ପ୍ରଶିକ୍ଷଣ ଦେଇଥିଲେ ଓ ବର୍ତ୍ତମାନ ତା’ର ଝିଅ ଅର୍ଥାତ୍‌ ତାଙ୍କର ନାତୁଣୀ ସିଦ୍ଧି ଜଣେ ଗାୟିକା ରୂପେ ପ୍ରସିଦ୍ଧି ଲାଭ କରିଛି, ଯାହାକି ତାଙ୍କ ପାଇଁ ଗର୍ବର ବିଷୟ । ସିଦ୍ଧି ପୂର୍ବରୁ ସମ୍ବଲପୁରୀ ଓ ଓଡ଼ିଆରେ ଗୀତ ଗାଇ ନିଜକୁ ପରିଚିତ କରାଇଛନ୍ତି ଓ ବର୍ତ୍ତମାନ ବଙ୍ଗଳା ଓ ହିନ୍ଦୀ ସିନେମାରେ ପାର୍ଶ୍ୱ ଗାୟିକା ପାଇଁ ତାଙ୍କ ପାଖରେ ଅଫର ରହିଛି । ସିଦ୍ଧିଙ୍କ ବିଷୟରେ ତାଙ୍କର ପ୍ରାୟୋଜକ ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ସେ ବହୁତ ଭାଗ୍ୟବାନ ଓ ପ୍ରତୀଭାଶାଳୀ । ବର୍ତ୍ତମାନ ଏକ ବଙ୍ଗଳା ଚଳଚ୍ଚିତ୍ର “ଇନ୍ତେଜାର”ରେ ସେ ସିଦ୍ଧିକୁ ପାର୍ଶ୍ୱ ଗାୟିକା ରୂପେ ନେଲାପରେ ଆଗାମୀ ଫିଲ୍ମ “ଭାଲୋବାସା ଯୋନ୍‌ନୋ” ନାୟିକା ଭୂମିକାରେ ସେ ଦେଖାଦେବେ । ଏହା ବ୍ୟତୀତ ତାଙ୍କର ଫିଲ୍ମରେ ପୋଷାକ ପରିଧାନ ପ୍ରସ୍ତୁତ କରିବା ପାଇଁ ସେ ଏଠାରୁ ସମ୍ପ୍ରିତି ପଣ୍ଡା ଓ ତାଙ୍କର ଡ୍ରେସ୍‌ ଡିଜାଇନର ଭାବେ ଶ୍ରୀୟା ପୂଜାରୀଙ୍କୁ ମଧ୍ୟ ନେବା ପାଇଁ ସ୍ଥିର କରିଛନ୍ତି ।

hiranchal ad1
Leave A Reply

Your email address will not be published.

nine + 13 =